୪ଜଣଙ୍କୁ ଟାଙ୍ଗିଆରେ ହାଣିଲା ନିଶାଶକ୍ତ ଯୁବକ

କଳାହାଣ୍ଡିରେ ଅଭାବନୀୟ ଘଟଣା । ଗାଁ ରାସ୍ତାରେ 4ଜଣଙ୍କୁ ଗଣହତ୍ୟା  । ଚାରି ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ପଲସ-ପିପଲଗୁଡା ରାସ୍ତାରୁ ଉଦ୍ଧାର ହୋଇଛି 4ଜଣଙ୍କ ମୃତଦେହ । 4 ମୃତକଙ୍କ ମଧ୍ୟରୁ 3ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏହି ତିନିଜଣ ହେଲେ ସୁଦର ନାୟକ, ସିଂଗ ନାୟକ ଓ ନକୁଳ ନାୟକ । ଅନ୍ୟଜଣେ ମୃତକ ହେଲେ ଉପି ଶବର । ଜୟପାଟଣା ଥାନା ପୋଲିସ ଏହି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କଳାହାଣ୍ଡି ଏସପିଙ୍କ ସୂଚନା ଅନୁସାରେ ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନିଶାସକ୍ତ ଅବସ୍ଥାରେ 4ଜଣଙ୍କୁ ହାଣି ଦେଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି ଅଭିଯୁକ୍ତ ।

ଶନିବାର ରାତି ପ୍ରାୟ ସାଢ଼େ 7ଟାରେ ପଲସ ପିପଲଗୁଡ଼ା ଗାଁ ମୁଣ୍ଡରେ ଥିବା ମଦଭାଟିରେ ସୁନ୍ଦର, ସିଂଗ, ନକୁଳ ଓ ଉପିଙ୍କ ସହ ଅଭିଯୁକ୍ତ ଯଚିନ୍ଦ୍ର ବସି ମଦ ପିଇଥିଲେ। ତେବେ କୌଣସି କଥାକୁ ନେଇ ଯଚିନ୍ଦ୍ର ସହ ଅନ୍ୟମାନଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯଚିନ୍ଦ୍ର ଏକ ଟାଙ୍ଗିଆରେ ଅନ୍ୟମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ସେମାନେ ସାଇକେଲ ଓ ବାଇକରେ ପଳାଇ ଯାଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଯଚିନ୍ଦ୍ର ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ଚାରିଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗାଁ ମାଓ ଉପଦ୍ରୁବ ଅଞ୍ଚଳରେ ଥିବାରୁ ରାତିରେ ପୁଲିସ ସତର୍କତା ସହିତ ପଦକ୍ଷେପ ନେଉଛି। ତେବେ ଏହାକୁ ନେଇ ଗାଁରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦୁଇ ବର୍ଷ ତଳେ ଏହି ଗାଁରେ ଅନୁରୂପ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।

Spread the love