ଏନସିପି ଓ କଂଗ୍ରେସ ମେଣ୍ଟର ଷ୍ଟାର ପ୍ରଚାରକ ରାଜ୍‌ ଠାକ୍‌ରେ

ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମେଣ୍ଟର ଷ୍ଟାର ପ୍ରଚାରକ ବନିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ ଏନ୍‌ଏସ)ର ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ। 2019 ଲୋକସଭା ନିର୍ବାଚନରେ ଏମଏନଏସ କୌଣସି ପ୍ରାର୍ଥୀ ଦେଇନାହିଁ। ଏବେ ଦଳର କେହି ବି ବିଧାୟକ ବି ନାହାଁନ୍ତି। ବିଏମ୍‌ସିରେ ଜଣେ ମାତ୍ର କର୍ପୋରେଟର ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍‌ ଠାକ୍‌ରେ କଂଗ୍ରେସ-ଏନସିପି ମେଣ୍ଟକୁ ସମର୍ଥନର ହାତ ବଢାଇଛନ୍ତି। ସେ ଦକ୍ଷିଣ ମୁମ୍ବାଇରୁ କଂଗ୍ରେସର ପ୍ରାର୍ଥୀ ମିଲିନ୍ଦ ଦେଓ୍ଵଡାଙ୍କୁ ସମର୍ଥନ କରି ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଠିକ୍‌ ସେହିପରି ରାଜ୍‌ ଠାକ୍‌ରେ ଉତ୍ତର -କେନ୍ଦ୍ର ମୁମ୍ବାଇରୁ ପ୍ରିୟା ଦତ୍ତ, ଉତ୍ତର ମୁମ୍ବାଇରୁ କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ଓ ଉତ୍ତର-ପୂର୍ବ ମୁମ୍ବାଇ ଆସନରୁ ସଂଜୟ ଦୀନା ପାଟିଲଙ୍କ ପାଇଁ ମଧ୍ୟ ପ୍ରଚାର କରିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ ଘୋଷଣା କରିଥିଲେ ଯେ ତାଙ୍କ ଦଳ ଏଥର ଲୋକସଭା ନିର୍ବାଚନ ଲଢ଼ିବ ନାହିଁ ।

Spread the love