ଗଡ଼ିବ ଆଉ ୪ ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମାରୁ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି। ପୂର୍ବରୁ ରେଳବାଇ ପକ୍ଷରୁ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା ବେଳେ ଏବେ ଆହୁରି ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଗ୍ରୀଷ୍ମ ଋତୁରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନଗୁଡିକ ହେଲା ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ, ସାଲିମାର-ପୁରୀ-ସାଲିମାର ଏସି ସ୍ୱତନ୍ତ୍ର ଟ୍ରେନ, କାଚେଗୁଡା-ବିଶାଖାପାଟଣା-କାଚେଗୁଡା ସ୍ୱତନ୍ତ୍ର ଟ୍ରେନ ଓ ହାଇଦ୍ରାବାଦ-ଶ୍ରୀକାକୁଲମ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ।

ପୂର୍ବରୁ ଚଳାଚଳ କରୁଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ହେଲା, ପୁରୀ-ସନ୍ତ୍ରାଗାଛି-ପୁରୀ, ପୁରୀ-ହବିବଗଞ୍ଜ-ପୁରୀ, ଅନୁଗୁଳ ଓ ଭଦ୍ରକ ମାର୍ଗ ଦେଇ ସମ୍ବଲପୁର-ସାଲିମାର-ସମ୍ବଲପୁର, ରାଇଗଡ଼-ସମ୍ବଲପୁର-ରାଇଗଡ଼, ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ଭାୟା ରାୟଗଡା, ପଣ୍ଡିଚେରି-ସନ୍ତ୍ରାଗାଛି-ପଣ୍ଡିଚେରି, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ଭୁବନେଶ୍ୱର ଓ କେନ୍ଦୁଝର ମାର୍ଗ ଦେଇ କାଚେଗୁଡା-ଟାଟା-କାଚେଗୁଡା, ବିଶାଖାପାଟଣା-ସିକନ୍ଦରାବାଦ, ବିଶାଖାପାଟଣା-ତିରୁପତି ଇତ୍ୟାଦି। ଏହାବ୍ୟତୀତ ଯାତ୍ରୀ ଭିଡ଼କୁ ନଜର ଦେଇ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା ଥିବା ବେଳେ ଅନେକ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଛି ବୋଲି ପୂର୍ବତଟ ‌ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Spread the love