ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର – ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା(ଟିଏଫଏଲ)ରେ କୋଲ ଗ୍ୟାସିଫିକେସନ ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର
ସବସିଡ଼ି ପଲିସିକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏହି ଐତିହାସିକ ନିଷ୍ପତି ଆମର ଘରୋଇ ୟୁରିଆ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତାକୁ ଅଧିକ ପ୍ରୋତ୍ସାହନ ଦେବା ସହ ପରିବେଶ ସହଯୋଗୀ ସ୍ୱଦେଶୀ ୟୁରିଆ ଉତ୍ପାଦନକୁ ଗତି ଦେବ ଏବଂ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ୟୁରିଆ ଆମଦାନୀକୁ ହ୍ରାସ କରିବ । ଆଜିର ଏହି ନିଷ୍ପତି ଚାଷୀ ଭାଇ ମାନଙ୍କ ପାଇଁ ସାରର ଉପଲବ୍ଧିକୁ ବୃଦ୍ଧି କରିବାରେ ଗେମ-ଚେଞ୍ଜର ହେବ ସହିତ ପୂର୍ବ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟ
ମାନଙ୍କରେ ସାମାଜିକ-ଆର୍ôଥକ ବିକାଶକୁ ତ୍ୱରାନ୍ୱିତ କରିବ ।

Spread the love