ସରି… ମୁଁ ଜାଣିନଥିଲି ଏହା କରୋନା ଔଷଧ, ଏପରି କହି ଚୋର ଫେରାଇଲା କରୋନା ଟିକା

ନୂଆଦିଲ୍ଲୀ: ଦୁନିଆରେ ପ୍ରତିଦିନ ଚୋରି ଡକାୟତି ହେଉଛି। ଚୋର ଚୋରି କରିବାବେଳେ କେବେ ଦେଖାନାହିଁ କିଏ ଗରିବ କିଏ ଧନୀ। କିନ୍ତୁ ଭଦ୍ରଚୋର ବହୁତ କମ ଦେଖିଥିବେ। ଏମିତି ଜଣେ ଭଦ୍ରଚୋରଙ୍କ ଏକ ଚିଠି ଭାଇରାଲ ହେବାରେ ଲାଗିଛି।
ପ୍ରକାଶ ଯେ, ବୁଧବାର ରାତିରେ ଚୋର ଜଣକ ହରିୟାଣାର ସିଭିଲ ହସ୍ପିଟାଲରୁ ଜଣେ ଚୋର କିଛି କରୋନା ଟିକା ଚୋରି କରିନେଇଥିଲା। ଏହାପରେ ହସ୍ପିଟାଲ କର୍ମଚାରୀ ଖୋଜାଖୋଜି କରି ପାଇବାରୁ ଥାନାରେ ଏତଲା ଦେଇଥିଲେ। ଏହା ଜଣାପଡ଼ିବା ପରେ ଗୁରୁବାର ଉକ୍ତ ଭଦ୍ରଚୋର ଜଣକ ନେଇଥିବା କରୋନାର ସମସ୍ତ ଟିକା ସିଭିଲ ଲାଇନ ଥାନା ନିକଟରେ ଥିବା ଏକ ଚା ଦୋକାନୀକୁ ଫେରାଇ ଦେଇଥିଲା ।ଏହାସହ ଏକ ଚିଠି ମଧ୍ୟରେ ଦେଇଯାଇଥିଲା। ଚିଠିରେ ଲେଖାଥିଲା ସରି … ମୁଁ ଜାଣିନଥିଲି ଏହା କରୋନା ଟିକା ବୋଲି । ତେବେ ଏହି ଚିଠିଟି ସୋସିଆଲ ମିଡିଆରେ ଖୁବା ଭାଇରାଲ ହେବାରେ ଲାଗିଛି।

Spread the love