କାଲିଠାରୁ ଦୁଇ ଦିନିଆ ସଟଡାଉନ୍, ରାଜ୍ୟର ସହରାଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ

ଆସନ୍ତାକାଲିଠାରୁ ସମଗ୍ର ରାଜ୍ୟର ସହରାଞ୍ଚଳରେ ଜାରି ହେବ ସପ୍ତାହାନ୍ତ ସଟଡାଉନ୍। ମୋଟାମୋଟି ଆଜିର ନାଇଟ୍ କର୍ଫ୍ୟୁ ସମୟରୁ ସୋମବାର ସକାଳ ଯାଏ ବଳବତ୍ତର ରହିବ ଏହି କଟକଣା। ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଦୋକାନ ବଜାର, ଗାଡି ଚଳାଚଳ ସବୁ କିଛି ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ଓ  ଅତିଜରୁରୀ ସେବା ଜାରି ରହିବ । ତେବେ ପ୍ରାତଃଭ୍ରମଣ ଓ ବ୍ୟାୟାମ ଲାଗି ସକାଳୁ ଘଂଟାଏ କୋହଳ ହେବ ସଟଡାଉନ୍। ଅର୍ଥାତ ଶନି ଓ ରବିବାର ସକାଳ ୫ଟାରୁ ୬ ଯାଏ ଲୋକମାନେ ମର୍ଣ୍ଣିଂୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ।

  • ଆଜି ରାତି ୯ଟାରୁ ସୋମବାର ସକାଳ ୫ ଟା ଯାଏଁ  ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ
  • ସକାଳୁ ଘଂଟାଏ କୋହଳ ହେବ ସପ୍ତାହନ୍ତ ସଟଡାଉନ୍
  • ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣାକୁ ସକାଳ ୫ଟାରୁ ୬ଟା ଯାଏଁ କୋହଳ

ସଟଡାଉନ୍ ବେଳେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ 

ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଜାରି  ରହିବ । ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ ଖୋଲିବ । ଅଗ୍ନିଶମ, ପୁଲିସ, ପେଟ୍ରୋଲ ପମ୍ପ, ବିଦ୍ୟୁତ ଯୋଗାଣ, ଜଳଯୋଗାଣ, ଏଲପିଜି ଯୋଗାଣ, ଖବର କାଗଜ ଯୋଗାଣ ଜାରି ରହିବା ସହିତ କ୍ଷୀର ଦୋକାନ ଖୋଲା ରହିବ । ରେଳ, ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡି ଚଳାଚଳ କରିବ । ତେବେ ମଲ, ସିନେମା ହଲ, ସାଧାରଣ ଯାତାୟାତ, ସ୍କୁଲ , କଲେଜ, ମନ୍ଦିର, ପାର୍କ, ଦୋକାନ ବଜାର, ପନିପରିବା ବଜାର, ବନ୍ଦ ରହିବ।

ତେବେ ସଟଡାଉନ ସମୟରେ କଟକ ଓ ଭୁବନେଶ୍ୱରରେ କିଛି ସ୍ଥାନରେ ମୋ ବସ ସେବା ଜାରି ରହିବ । ରେଳଷ୍ଟେସନରୁ ବସ ଚଳାଚଳ କରିବ ଏବଂ ଏୟାରପୋର୍ଟ ଓ ରେଳଷ୍ଟେସନ ମଧ୍ୟରେ ମୋ ବସ ଚଳାଚଳ କରିବ। ସଟଡାଉନ ପାଇଁ କୌଣସି ପ୍ରକାର ପାସ ବ୍ୟବସ୍ଥା ହୋଇନାହିଁ । ଅତ୍ୟାବଶ୍ୟକ ଓ ଜରୁରୀକାଳୀସେବାର କର୍ମଚାରୀ ନିଜ ସଂସ୍ଥାର ପରିଚୟପତ୍ର ଦେଖାଇ  ଯିବା ଆସିବା କରିପାରିବେ।

Spread the love