ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ସାଧାରଣ ନିର୍ବାଚନ ମତଦାନ ପାଇଁ ଆଉ ଅଳ୍ପ ଦିନ ବାକି ରହିଲା। ଓଡ଼ିଶାକୁ ବାରମ୍ବାର ବିଜେପି ବରିଷ୍ଠ ନେତାମାନେ ଆସି ନିଜର ଉଦବୋଧନ ଦେଉଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହା ନିକଟରେ ଅନେକ ଥର ଓଡ଼ିଶା ଆସି ନିଜ ଉଦବୋଧ ଦେଉଛନ୍ତି। ଏପ୍ରିଲ 9 ଅର୍ଥାତ ମଙ୍ଗଳବାର ଦିନ ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହା। ଅମିତ ଶାହା ମଙ୍ଗଳବାର ଦିନ ପୁରୀ ବଡ଼ଦାଣ୍ଡରୁ ବାହାରି ମାଉସୀ ମା ମନ୍ଦିର ଯାଏଁ ହେଉଥିବା ରୋଡ଼ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Spread the love