ଜରୁରୀ ସେବାପାଇଁ ଦରକାର ନାହିଁ ସ୍ବତନ୍ତ୍ର ପାସ୍‌, ଟ୍ବିନ୍‌ ସିଟିରେ ୬୮ଟି ଚେକ୍‌ ପୋଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଉଛି କର୍ଫ୍ୟୁ । ଆସନ୍ତା ସୋମବାର ଭୋର ୫ଟା ଯାଏଁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସହ ଶନିବାର ଓ ରବିବାର ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ତେବେ ଏହାକୁ ନେଇ ପ୍ରେସମିଟ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଟ୍ବିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ସିପି । ଏହା ସହିତ ଟ୍ବିନ୍‌ ସିଟିରେ ମୋଟ ୬୮ଟି ସ୍ଥାନରେ ଚେକିଂ କଡାକଡି କରାଯିବ । ଏଥି ମଧ୍ୟରୁ କଟକ​‌ରେ ୨୫ଟି ଏବଂ ଭୁବନେଶ୍ବରରେ ୪୩ଟି ସ୍ଥାନରେ ଚେକ୍‌ ପୋଷ୍ଟ କରାଯାଇଛି। ଚେକ୍‌ ପୋଷ୍ଟମାନଙ୍କରେ ଚେକିଂକୁ ବ୍ୟାପକ କରାଯିବ ।

Spread the love