କରୋନା ସଂକ୍ରମିତଙ୍କୁ ସାହାଯ୍ୟ ପାଇଁ ସବ୍ୟସାଚୀ କରୁଛନ୍ତି ନୂଆ ପ୍ରୟାସ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ପୁଣି ଥରେ କରୋନା ଦ୍ୱିତୀୟ ପ୍ରବାହ ଦେଖିବାକୁ ମିଳିଛି । କେବଳ ଦ୍ୱିତୀୟ ପ୍ରବାହ ଦେଖିବାକୁ ମିଳିନି ତ, ଦିନକୁ ଦିନ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି ।

ବର୍ତ୍ତମାନ ସମୟରେ ପୂର୍ବ ବର୍ଷ ଅପେକ୍ଷା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତି ଏଭଳି ଅବସ୍ଥା ହେଲାଣି ଯେ, ବାହାର ରାଜ୍ୟରେ ରୋଗୀଙ୍କୁ ମେଡିକାଲ ବେଡ୍ ମିଳୁନଥିବା ବେଳେ ମେଡିକାଲ ଅକ୍ସିଜେନ୍‌ର ମଧ୍ୟ ଅଭାବ ଦେଖିବାକୁ ମିଳୁଛି । ଆଉ ଏଭଳି ଅସୁବିଧାର ସମ୍ମୁଖୀନ ସେହି ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ହେଉଛନ୍ତି । ଆଉ ଏଭଳି ସମୟରେ ପୁଣି ଥରେ ଲୋକଙ୍କୁ ସହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ । ଲୋକଙ୍କୁ ସହାଯ୍ୟ କରିବାକୁ ଆରମ୍ଭ କରିଛନ୍ତି ନୂଆ ବ୍ୟବସ୍ଥା । ସେ ସୋସିଆଲ୍ ମିଡିଆରେ ଏକ ଫର୍ମର ଲିଙ୍କ୍ https://bit.ly/patient_details_urgent  ସେୟାର କରିଛନ୍ତି ଯେଉଁଥିରେ କରୋନା ସଂକ୍ରମିତଙ୍କ ସମ୍ପର୍କିତ କିଛି ତଥ୍ୟା ମଗାଯାଇଛି । ଏବଂ ସଂକ୍ରମିତ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ପଚରାଯାଇଛି । ଏହି ସବୁ ତଥ୍ୟ ଦେବା ପରେ ସେ ତାଙ୍କ ସମସ୍ୟାର ସମାଧାନ ନେଇ ବ୍ୟବସ୍ଥା କରିବେ । ଆଉ ଏହି ଲିଙ୍କ୍ ସେୟାର କରିବା ପରେ ଲୋକେ ସେମାନଙ୍କ ଅସୁବିଧା ଜଣାଇବା ଆରମ୍ଭ କରିଦେଇଛନ୍ତି । ଆଉ ଲୋକଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ସବ୍ୟସାଚୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।

Spread the love