ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଆଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ କାର୍ଯ୍ୟାଳୟର ଷଷ୍ଠ ମହଲାରେ  ନିଆଁ ଲାଗିଥିବା ସୂଚନା ମିଳିଛି।  ସୂଚନା ମୁତାବକ, ନିଆଁ ଲିଭାକାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେତେବେଳେ ଏକ ବୈଠକରେ ଆଲୋଚନା କରୁଥିଲେ ସେତେବେଳେ କାର୍ଯ୍ୟାଳୟରେ ନିଆଁ ଲାଗିଥିଲା। ଏହାସତ୍ତ୍ୱେ ମଧ୍ୟ ଇମ୍ରାନ୍‌ ବୈଠକକୁ ଚାଲୁ ରଖିଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ସୂଚନା ଦିଆଯିବା ପରେ ପ୍ରଥମେ କର୍ମଚାରୀଙ୍କୁ ସୁରକ୍ଷିତ ବାହାରକୁ ନେଇଯିବାକୁ ସେ ପରାମର୍ଶ ଦେଇଥିଲେ।

Spread the love