କରୋନା ସଂକ୍ରମଣକୁ ବଢ଼ାଇଥାଏ ଆପଣଙ୍କର ଏହି ୫ ଖରାପ ଅଭ୍ୟାସ!

କରୋନା ଭାଇରସ୍‌ର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ନେଉଛି। ପ୍ରତିଦିନ ସାରା ଦେଶରୁ ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କୋଭିଡ-୧୯କୁ ନେଇ ଏକ ଭୟ ପଶିଯାଇଛି। କିନ୍ତୁ ମୁସ୍କିଲ ସମୟରେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖି ଏହି ଭୟକୁ କାବୁ କରିବାକୁ ହେବ, ଯଦ୍ଦ୍ଵାରା କି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ ଏବଂ ସଂକ୍ରମଣ ଆଶଙ୍କା କମିଯିବ। ଆମର କେତେକ ଛୋଟ ଛୋଟ ଅଭ୍ୟାସ କରୋନା ସଂକ୍ରମଣର କାରଣ ହୋଇପାରେ। ଆଜି ଆମେ ଆପଣଙ୍କୁ ଏହି ଅଭ୍ୟାସଗୁଡ଼ିକ ବିଷୟରେ କହିବୁ।

ବାହାରୁ ଆସି ହାତ ନ ଧୋଇବା: ଯଦି ଆପଣ ମାର୍କେଟ ଯାଇଛନ୍ତି, ତ ଘରକୁ ଫେରିବା ପରେ ହାତ ନିଶ୍ଚିତ ଧୁଅନ୍ତୁ। ହାତ ନ ଧୋଇ ଲୋକେ କରୋନା ଆଶଙ୍କାକୁ ବଢ଼ାଇ ଦେଇଥାଆନ୍ତି। ମାର୍କେଟରେ କାହାର ଜିନିଷକୁ ଛୁଇଁବା କିମ୍ବା କାହା ସମ୍ପର୍କରେ ଆସିବା ଦ୍ୱାରା ବିପଦ ବଢ଼ିଯାଇଥାଏ।

ପ୍ୟାକେଟକୁ ମୁହଁରେ ଖୋଲିବା: କିଛି ଲୋକଙ୍କର ଅଭ୍ୟାସ ଥାଏ କି, ସେମାନେ ପ୍ୟାକେଟକୁ ହାତରେ ନ ଖୋଲି ଦାନ୍ତରେ ଖୋଲିଥାଆନ୍ତି। ଏହା କରୋନା ସଂକ୍ରମଣର କାରଣ ହୋଇପାରେ। ଆପଣ ଜାଣିନାହାନ୍ତି କି, ବଜାରରେ ମିଳୁଥିବା ପ୍ୟାକେଟ କାହା କାହା ସଂସ୍ପର୍ଶରେ ଆସି ଆପଣଙ୍କ ପାଖରେ ପହଞ୍ଚିଥିବ।

ବାରମ୍ବାର ଆଖିରେ ହାତ ମାରିବା: ଆଖିରେ ହାତ ମାରିବା ଏମିତିରେ ଠିକ୍‌ ନୁହେଁ। ଯଦି ଆପଣ କାମ ଭିତରେ ବାରମ୍ବାର ଆଖିରେ ହାତ ମାରୁଛନ୍ତି କି ଆଖି ମକଚୁଛନ୍ତି, ତ ସଂକ୍ରମଣ ବଢ଼ିପାରେ। ଆଜିଠୁ ଏହି ଅଭ୍ୟାସ ଛାଡ଼ି ଦିଅନ୍ତୁ।

ସାରା ଦିନ ବିଛଣା ଉପରେ ପଡ଼ି ରହିବା: ବିଛଣା ଉପରେ ବସି ଲଗାତାର କାମ କରିବା କିମ୍ବା କୌଣସି ଫିଜିକାଲ ଆକ୍ଟିଭିଟି ନ କରିବା ଦ୍ୱାରା ବି ସଂକ୍ରମଣ ବ୍ୟାପିଥାଏ। କାରଣ, ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ହୋଇଯାଇଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ।

ଷ୍ଟ୍ରିଟ୍‌ ଫୁଡ୍‌ କିମ୍ବା ବାହାର ଜିନିଷ ଖାଇବା: ଆପଣ ପରିବା କିଣନ୍ତୁ କି ଫଳ। ଏ ସବୁକୁ ଘରକୁ ଆଣି ଭଲ ଭାବେ ଧୋଇ ଖାଇବା ଉଚିତ। ଷ୍ଟ୍ରିଟ୍‌ ଫୁଡ୍‌ ଆଦୌ ଖାଇବା ଉଚିତ ନୁହେଁ। ଖାଦ୍ୟ ଜିନିଷ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଜରୁରୀ।

Spread the love