ଜଙ୍ଗଲୀ ବାରହା ଆକ୍ରମଣ : ଜଣେ ମୃତ, ମହିଳାଙ୍କ ସମେତ ୩ ଗୁରୁତର

ଯାଜପୁର ଜିଲ୍ଲା ଟମକା ଥାନା ଉପର ଟମକା ଅଞ୍ଚଳରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ ବ୍ୟକ୍ତି ଜଣଙ୍କ ଉପର ଟମକା ଗ୍ରାମର ମନୋଜ ଦାସ ବୋଲି ଜଣାପଡିଛି । ତାଙ୍କ ବୟସ ୪୫ ବର୍ଷ ।

ସୂଚନାଯୋଗ୍ୟ ଯେ, ଉପର ଟମକା ଗ୍ରାମର କେତେକ ପୁରୁଷ ଓ ମହିଳା ନିକଟସ୍ଥ ମହାଗିରି ଜଙ୍ଗଲ ଭିତରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେଠାକୁ ପାଣି ପିଇବାକୁ ଆସିଥିବା ୨ଟି ଜଙ୍ଗଲୀ ବାରହା ସହ ସେମାନଙ୍କ ସାମ୍ନାସାମ୍ନି ହୋଇଯାଇଥିଲା।  ବାରହା ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସ ନିମନ୍ତେ ଦାନଗଦି ଡାକ୍ତରଖାନାରେ ଭରର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ।

Spread the love