କରୋନା କାଳରେ ଇମୋସନାଲ୍ ଭିଡିଓ ସେୟାର୍ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ, ୨୯/୪: କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି। ବୃଦ୍ଧି ପାଉଥିବା ମାମଲାକୁ ନେଇ ନେତା, ରାଜନେତାଙ୍କଠୁ ଜନତା ସମସ୍ତେ ଚିନ୍ତିତ। ଏହି ସଙ୍କଟ ସମୟରେ ସ୍ଥିତି ଶୀଘ୍ର ସୁଧୁରିଯିବା ନେଇ ମନୁଷ୍ୟ ଆଶାବାଦୀ। ଲୋକେ ଭଗବାନ ପ୍ରାର୍ଥନା କରୁଛନ୍ତି ଏହି ଭୟାବହ ଭାଇରସ ଶୀଘ୍ର ପୃଥିବୀପୃଷ୍ଠରୁ ଲୋପ ପାଇଯାଉ। ଗତବର୍ଷ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା। କରୋନା ଅନେକ ଲୋକଙ୍କ ମୁଣ୍ଡରୁ ବାପା-ମା’ଙ୍କ ସାୟା ଛଡେଇ ନେଇଛି, ଅନେକ ପିଲାଙ୍କୁ ଅନାଥ କରିଦେଇଛି। କାହାଠୁ ଭାଇ ଛଡେଇ ନେଇଛି ତ କାହାଠୁ ଭଉଣୀ। ଅନେକ ଲୋକ ନିଜ ପରିବାର ସଦସ୍ୟ, ବନ୍ଧୁ, ସମ୍ପର୍କୀୟଙ୍କୁ ହରାଇଛନ୍ତି। କରୋନା କାଳରେ ଏମିତି ନକେ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ମନକୁ ଆନ୍ଦୋଳିତ କରିଦେଇଛି। ମଣିଷ ସତେ ଯେମିତି କେବଳ ଆଶାରେ ଆଶାରେ ବଞ୍ଚିଛି। କିନ୍ତୁ ଏ ସ୍ଥିତି କେବେ ଯେ ସୁଧୁରିବ କିଛି ଠିକ ନାହିଁ। ମହାମାରୀ ଲୋକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଛି। ଲୋକେ ନିଜ ଲୋକଙ୍କୁ ଟିକେ ଦେଖିବାକୁ ବି ଝୁରି ଯାଉଛନ୍ତି।

ଏହି ସମୟରେ ଏକ ଭିଡିଓ ସୋସିଅଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।ସଫ୍ଟ ଡ୍ରିଙ୍କ କମ୍ପାନୀ କୋକାକୋଲାର ଏକ ବିଜ୍ଞାପନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ଯାହା ଲୋକଙ୍କ ମନରେ ଆଶା ସଞ୍ଚାର କରିଛି ଏବଂ ଲୋକଙ୍କୁ ଆଶାବାଦୀ କରୁଛି। ଲୋକେ କିଭଳି ପରସ୍ପରକୁ ସାହାଯ୍ୟ କରୁଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏହି ବିଜ୍ଞାପନ ପାଇଁ କୋକାକୋଲାକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଭିଡିଓ ଗତ ବର୍ଷ ମହାମାରୀ ତୁରନ୍ତ ପରେ ଜାରି କରାଯାଇଥିଲା। ବିଜ୍ଞାପନ ଆଜି ବି ପ୍ରାସଙ୍ଗିକ। କାରଣ ଭାରତରେ କୋଭିଡ ମାମଲା ପୁଣି ବଢି ଚାଲିଛି। ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବାକୁ ଲୋକେ କିଭଳି ଆଗକୁ ଆସିଛନ୍ତି ତାହା ବିଜ୍ଞାପନ ମାଧ୍ୟମରେ ଦର୍ଶାଯାଇଛି। ୨ ମିନିଟ ୧୪ ସେକେଣ୍ଡର ଏହି ଭିଡିଓ ମନବତାର ନାୟକଙ୍କ ପାଇଁ ଏକ ବାର୍ତ୍ତା ସହ ସମାପ୍ତ ହୋଇଛି। ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ଦୟା ଓ ଆଶା ସହ ଗ୍ଲାସ ଭରିଥିବାରୁ ଧନ୍ୟବାଦ’।

Spread the love