ବରିଷ୍ଠ ଆଙ୍କର ରୋହିତ ସରଦାନାଙ୍କ କୋରୋନାରେ ଦେହାନ୍ତ

ପ୍ରସିଦ୍ଧ ଉପସ୍ଥାପକ ତଥା ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ସାମ୍ବାଦିକତା କରୁଥିବା ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ରୋହିତଙ୍କ ଦେହାନ୍ତ ଖବର ସାମ୍ବାଦିକ ଜଗତକୁ ଏକ ବଡ କ୍ଷତି ବୋଲି କୁହାଯାଉଚି । ତାଙ୍କ ଦେହାନ୍ତରେ ଅନେକ ବରିଷ୍ଠ ସାମ୍ବାଦିକ, ରାଜନେତା ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି । ରୋହିତ ଜୀ ନ୍ୟୁଜରେ କାର୍ଯ୍ୟରତ୍ତ ଥିଲେ । ଏହି ଚ୍ୟାନେଲରେ ସେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ ଆଜତକରେ ଯୋଗଦେବା ପରେ ସେଠାରେ ‘ଦଙ୍ଗଲ’ କାର୍ଯ୍ୟକ୍ରମ କରୁଥିଲେ । ରୋହିତ ଜୀ ନ୍ୟୁଜରେ କାର୍ଯ୍ୟରତ୍ତ ଥିଲେ । ଏହି ଚ୍ୟାନେଲରେ ସେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ ଆଜତକରେ ଯୋଗଦେବା ପରେ ସେଠାରେ ‘ଦଙ୍ଗଲ’ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କୁ ୨୦୧୮ରେ ଗଣେଶ ବିଦ୍ୟାର୍ଥୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ସେ ଟିଭିରେ ଜଣେ ଲୋକପ୍ରିୟ ଚେହେରା ମଧ୍ୟ ଥିଲେ ।

Spread the love