ବିଜୁ ବାବୁ ସିନେମାକୁ ସମସ୍ତ ସିନେମା ହଲରୁ ହଟାଯାଉ:ବିଜେପି

ବିଜୁବାବୁଙ୍କ ଉପରେ ଆଧାରିତ ବିଜୁବାବୁ ସିନେମା ଭୋଟର ମାନଙ୍କୁ ପ୍ରଭାବିତ କରୁଛି । ଏହି ସିନେମା ମାର୍ଚ୍ଚ ୧ ତାରିଖରୁ ରିଲିଜ ହୋଇଥିବା ବେଳେ ଏହି ସିନେମାର ମୁଖ୍ୟ ନାୟକ
ଭାବେ ଅନୁଭବ ମହାନ୍ତି ଅଭିନୟ କରିଛନ୍ତି । ଅନ୍ୟପଟେ କେନ୍ଦ୍ରପଡା ଲୋକସଭା ମଣ୍ଡଳୀ ପାଇଁ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରାଇଛି ।

ଚଳଚ୍ଚିତ୍ରର ନାଁ ବିଜୁ ବାବୁ ଏବଂ ଦଳ ର ନାଁ ବିଜୁ ଜନତା ଦଳ ଏଥି ସହ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସିନେମା ମାଧ୍ୟମରେ ବିଜେଡି ପ୍ରାର୍ଥୀ ଅଭିନୟ କରି  ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ  ଅଧିକାରୀଙ୍କୁ ଭେଟି ବିଜୁ ବାବୁ ସିନେମାକୁ ସମସ୍ତ ସିନେମା ହଲରୁ ହଟାଯାଉ ବୋଲି ଦାବି କରିଛି ।
ବିଜୁ ବାବୁ ସିନେମା ମାଧ୍ୟମରେ ଭୋଟ ହାତେଇବାକୁ ପ୍ରୟାସ କରିଛି ବିଜେଡି । ବିଜୁ ପଟ୍ଟନାୟକ ଓଡିଶା ଲୋକଙ୍କ ପ୍ରିୟ ନେତା ଥିଲେ । ଏବେ ତାଙ୍କ ନାଁ ରେ ଏହି ସିନେମା ହୋଇଥିବାରୁ ସାଧାରଣ ନିରୀହ ଲୋକମାନେ ଏଥିରେ ପ୍ରଭାବତି ହେଉଛନ୍ତି । ଏହା କେବଳ ସିନେମା ନୁହେଁ ବରଂ ଏହାଦ୍ୱାରା ବିଜୁ ନାଁ ରେ
ବିଜେଡି ନିର୍ବାଚନ ପ୍ରଚାର କରୁଛି ।

ଏହା ସଂପୂର୍ଣ୍ଣରୂପେ ବେଆଇନ ଏବଂ ଭାରତୀୟ ଦଣ୍ଡ ବିଧାନ ଧାରା ୧୭୧(ମ ) ଏବଂ ୧୭୧(ଲ ) ଅନୁଯାୟୀ ଆଇନତଃ ଅପରାଧ । ଏହି ସିନେମାଟି ବେନିୟମ ଏବଂ ବିଜେଡିର ପ୍ରପୋଗଣ୍ଡାରେ ରିଲିଜ ହୋଇ ସମଗ୍ର ଓଡିଶାର ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ପ୍ରତିନିଧୀ ଦଳ ଦାବି କରିଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ଏବଂ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।

Spread the love