ବିଦ୍ୟୁତ ସଟ୍ ସର୍କିଟ୍‌ରୁ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା

ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ସାମଗ୍ରୀ ପୋଡି ପାଉଁଶ ହୋଇଗଲା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ସରସଦା ପଞ୍ଚାୟତ ଜେନା ସାହିରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ୍ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସାହିର ନୃସିଂହ  ଜେନା ଓ ଶତ୍ରୁଘ୍ନ  ଜେନାଙ୍କ ଘରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଦୁଇ ପରିବାରର ୫ ବଖରା ଘର ଭସ୍ମୀଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଟଙ୍କା, ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି । ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

Spread the love