ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ଦଳ ନାଁରେ ଥାନାରେ ଏତଲା ଦେଲା ବିଜେପି

ବିଜୁ ଜନତା ଦଳ ଗତକାଲି ଜାରି କରିଥିବା ଇସ୍ତାହାରରେ ରାଜ୍ୟ ସରକାରଙ୍କର ଲୋଗୋକୁ ରଖିବା ସହ ରାଜ୍ୟ ସରକାରଙ୍କର ୱବସାଇଟକୁ ମଧ୍ୟ ସ୍ଥାନିତ କରିଛି । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ସରକାରୀ ଲୋଗୋର ବ୍ୟବହାର କରି ଭୋଟର ମାନଙ୍କୁ ପ୍ରଭାବିତ କରିବା
ପାଇଁ ବିଜେଡି ଦଳ ନିର୍ବାଚନ ଜିତିବା ପାଇଁ ପ୍ରୟାସ କରୁଥିବାରୁ ଏହାର ପ୍ରତିବାଦରେ ରାଜ୍ୟ ଉପ ସଭାପତି  ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଖାରବେଳ ଥାନା ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଂସଦ ଭତୃହରି ମହତାବ, ପ୍ରସନ୍ନ ପାଟ୍ଟସାଣିଙ୍କ ବିରୋଧରେ ଏତଲା ଦାୟର କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।
ବିଜେଡି ଦଳ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ପାଇଁ ଏବଂ ଭୋଟ ହାତେଇବା ପାଇଁ ରାଜ୍ୟ ସରକାରଙ୍କ ଲୋଗୋକୁ ନେଇ ଦଳୀୟ ଇସ୍ତାହାରେ ଜାଣିଶୁଣି ବ୍ୟବହାର କରାଯାଉଛି । ବିଜୁ ଜନତା ଦଳ ମାନେ ରାଜ୍ୟ ସରକାର ବୋଲି ପ୍ରଚାର କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏହି ଘଟଣାରେ ସଂପୃକ୍ତ
ଥିବା ସମସ୍ତ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।
ବିଜେଡି ଦଳ ଗତ ୮ ତାରିଖ ରାଜ୍ୟ ସରକାରଙ୍କ ଲୋଗୋ ଲଗାଇ ସମସ୍ତ ଇଂରାଜୀ ଖବରକାଗଜରେ ଏବଂ ନିଜର ଇସ୍ତାହାରର ପୃଷ୍ଠା ଦୁଇରେ ସରକାରୀ ଲୋଗୋ ଦେଇଛି ।  ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସତ୍ୟବତ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love