କରୋନା ଲଢେଇ ପାଇଁ ମିଳିଲା ଆଉ ଏକ ଅସ୍ତ୍ର, ଆଣ୍ଟିବଡି କକଟେଲ୍‌କୁ ଭାରତରେ ମିଳିଲା ଜରୁରୀକାଳୀନ ମଞ୍ଜୁରୀ

ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ଵିତୀୟ ଲହର ସହ ସଂଘର୍ଷ କରୁଛି। ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଏହା ମଧ୍ୟରେ ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଅର୍ଥାତ ସିଡିଏସସିଓ ସ୍ଵିଜରଲାଣ୍ଡର ଫାର୍ମା କମ୍ପାନୀ ରୋଶେ ଓ ରେଗେନେରନ ଦ୍ଵାରା ବିକଶିତ ଏକ ଆଣ୍ଟିବଡି ଔଷଧ କକଟେଲ୍‌ କାସିରିଭିମାବ ଓ ଇମଡେଭିମାବ ଔଷଧକୁ ଜରୁରୀକାଳୀନ ମଞ୍ଜୁରୀ ଦେଇଛି।

ରୋଶେ ନିଜର ବୟାନରେ କହିଛି ଯେ, ଆମେରିକା ଓ ୟୁରୋପୀୟ ୟୁନିୟନରେ ଜରୁରୀକାଳୀନ ମଞ୍ଜୁରୀ ପରେ ମିଳିଥିବା ସକରାତ୍ମକ ତଥ୍ୟ ଆଧାରରେ ଭାରତରେ କାସିରିଭିମାବ ଓ ଇମଡେଭିମାବକୁ ଜରୁରୀକାଳୀନ ମଞ୍ଜୁରୀ ଦିଆଯାଇଛି। କମ୍ପାନୀ କହିଛି ଯେ, ଆଣ୍ଟିବଡି କକଟେଲ୍‌କୁ ବୟସ୍କ ଓ ୧୨ ବର୍ଷ କିମ୍ବା ସେଥିରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇ ପାରିବ।

ଔଷଧ କମ୍ପାନୀ ରୋଶେ ଫାର୍ମା ଭାରତର ଏମଡି ଭି ସିମ୍ପସନ ଇମାନୁଏଲ କହିଛନ୍ତି, ଭାରତରେ କରୋନା ରୋଗୀଙ୍କ ବଢୁଥିବା ସଂଖ୍ୟା ମଧ୍ୟରେ ଏହି ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ଵାରା ସ୍ଵାସ୍ଥ୍ୟବସ୍ଥା ଉପରେ ପଡୁଥିବା ଚାପକୁ କମ କରିବାରେ ଏହା ସହାୟକ  ହେବ। ଆଣ୍ଟିବଡି କକ୍‌ଟେଲ୍‌ କାସିରିଭିମାବ ଓ ଇମଡେଭିମା ଔଷଧ କରୋନା ବିରୋଧ ଲଢେଇ ଓ ଅଧିକ ବିପଦ ଥିବା ରୋଗୀ ଜଟିଳ ହେବା ପୂର୍ବରୁ ଚିକିତ୍ସାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Spread the love