ଭାରତରେ କେବେ କମିବ କରୋନା ପ୍ରକୋପ ? ପ୍ରଫେସର ଦେଲେ ଏହି ତାରିଖ

ନୂଆଦିଲ୍ଲୀ:  କେବେ କମିବ କରୋନା ମହାମାରୀ। କେବେ  ଟଲିବ ବିପଦ। ଦୁଃଖର ଦିନ ଆଉ କେତେଦିନ। ଏମିତି  ଅନେକ ଅସମହିତ ପ୍ରଶ୍ନର ଉତ୍ତର ଜଣେ ଖ୍ୟାତନାମା ପ୍ରଫେସର।  ଏହାର ଭବିଷ୍ୟବାଣୀ କରିଛନ୍ତି ପ୍ରଫେସର ଏମ. ବିଦ୍ୟାସାଗର । ସେ କହିଛନ୍ତି ଭରୋନାର ଦ୍ବିତୀୟ ଲହର ମେ ୭ ତାରିଖରେ ପିକ୍‌ରେ ରହିବ । ଏହା ପରେ କରୋନା ସଂକ୍ରମଣ ଧିରେ ଧିରେ କମିବ । କିନ୍ତୁ ଭିନ୍ନ ଭିନ୍ନ ରାଜ୍ୟରେ କରୋନା ପ୍ରକୋପ ଅଲଗା ଅଲଗା ସମୟରେ କମିବ ।

ପ୍ରଫେସର ଏମ. ବିଦ୍ୟାସାଗରଙ୍କ କଥା ଯଦି ଠିକ ସାବ୍ୟସ୍ତ ହୁଏ ତେବେ ଦେଶ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ହେବ । କାରଣ ଚଳିତ ସପ୍ତାହ ଶେଷ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ପିକ୍‌କୁ ପାର୍‌ କରିଯିବ । ତେବେ ଦେଶରେ କରୋନାର ପ୍ରକୋପ କମୁଛି କି ନାହିଁ ତାହା ଏକ ସପ୍ତାହ ପରେ ଜଣାପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାର ପ୍ରଥମ ଲହର ପିକ୍‌କୁ ଆସିବା ପାଇଁ ସାଢେ ୩ ମାସ ସମୟ ଲାଗିଥିଲା । କମିବା ସମୟରେ ମଧ୍ୟ ଏହା ଧିରେ ଧିରେ କମିଥିଲା । କରୋନାର ଦ୍ବିତୀୟ ଲହର ଏପ୍ରିଲ ୧ ତାରିଖରେ ୭୫ ହଜାର ପାଖାପାଖି ଥିଲା । କିନ୍ତୁ ଏହା ପରେ ପରେ ବର୍ତ୍ତମାନ ପ୍ରତିଦିନ ୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଅନୁମାନ କରାଯାଉଛି କି ଦ୍ବିତୀୟ ଲହର ଯେଉଁ ଗତିାରେ ଉପରକୁ ଉଠିଛି ସେହି ଗତିରେ ହିଁ ତଳକୁ ଖସିବ । ଅର୍ଥାତ ମେ ମାସ ଶେଷ ସୁଦ୍ଧା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୧.୨ ଲକ୍ଷ ରହିବା ଆବଶ୍ୟକ ।

Spread the love