ଇଭିଏମ ଭାଙ୍ଗିଲେ ବିଧାୟକ, ଭିଡିଓ ହେଲା ଭାଇରାଲ

ମତଦାନ ଆରମ୍ଭରୁ ଇଭିଏମ ଭାଙ୍ଗିଲେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଗୁଣ୍ଟକଲ ନିର୍ବାଚନ ମଣ୍ଡଳୀର ଜଣେ ବିଧାୟକ।  ଏହି ବିଧାୟକ ପ୍ରାର୍ଥୀଙ୍କ ନାଁ ହେଉଛି ମଧୁସୂଦନ ଗୁପ୍ତା। ସେ ଜନସେନା ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ନିର୍ବାଚନ ଡ୍ୟୁଟିରେ ଥିବା ପୁଲିସ୍ ଗିରଫ କରିଛି। ଅନନ୍ତପୁର ଜିଲ୍ଲାର ଗୁତି ସ୍ଥିତ ବୁଥ୍‌କୁ ମଧୁସୂଦନ ଭୋଟ୍‌ ଦେବାକୁ ଆସିଥିଲେ। ତେବେ ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ଆସନର ନାଁ ଭଲ ଭାବେ ଦେଖା ନଯିବାରୁ ସେ ଏହାକୁ କଚାଡ଼ି ଭାଙ୍ଗି ଦେଇଥିଲେ ବୋଲି ଜଣାପଡ଼ିଛି। ସେ ପ୍ରଥମେ ଏନେଇ ପୋଲିଂ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଥିଲେ। ତେବେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଇଭିଏମ୍‌କୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ ଏବଂ ପାଟିତୁଣ୍ଡ କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଆନ୍ଧ୍ର ପ୍ରଦେଶରେ ଆଜି ଏକା ସାଙ୍ଗରେ ସମସ୍ତ 25ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ 175ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। କିଛି ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନିଜର ଭୋଟ୍‌ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, 50ଟି ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯାଇଥିବା ଅଭିଯୋଗ ଆସିଛି।

Spread the love