ହୋମିଓପାଥି ମେଡିସିନ୍ ଖାଇ ପରିବାରର ୮ ମୃତ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି, ଯାହା ଅତ୍ୟନ୍ତ ଘାତକ ମଧ୍ୟ ସାବ୍ୟସ୍ତ ହେଉଛି। ଏଭଳି ଏକ ଘଟଣା ଛତିଶଗଡ଼ର ବିଳାସପୁରରୁ ଆସିଛି । ଏଠାରେ ହୋମିଓପାଥି ମେଡିସିନ୍ ସେବନ କରିବା ପୂରା ପରିବାରକୁ ମହଙ୍ଗା ପଡ଼ିଛି । ମେଡିସିନ୍ ଖାଇ ପରିବାରର ୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆଉ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବିଳାସପୁରର ସିଏମଓ କହିଛନ୍ତି, ସମସ୍ତେ ହୋମିଓପାଥି ମେଡିସିନ୍ ଖାଇଛନ୍ତି, ଯେଉଁକାରଣରୁ ୮ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ଜଣଙ୍କଚୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଏମଓ କହିଛନ୍ତି, ପରିବାର ଲୋକେ ଯେଉଁ ହୋମିଓପାଥି ମେଡିସିନ୍ ଖାଇଥିଲେ, ସେଥିରେ ଆଲକହଲ୍ ମାତ୍ରା ଅଧିକ ଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ମାମଲାର ଯାଞ୍ଚ କରୁଛି । ଯାଞ୍ଚ ହେବା ପରେ ବିଭାଗର ରିପୋର୍ଟରୁ ସ୍ପଷ୍ଟ ହେବ ଯେ ମୃତ୍ୟୁର ଅସଲ କାରଣ କ’ଣ । ତେବେ ପ୍ରାଥମିକ ମୃତ୍ୟୁର କାରଣ ହୋମିଓପାଥି ମେଡିସିନ୍ ନେଇଥିବା ଜଣାପଡ଼ିଛି ।

Spread the love