ଜୀବିତ ସାମ୍ବାଦିକଙ୍କୁ ବେଙ୍ଗଲ ହିଂସାରେ ମୃତ ବୋଲି ଦର୍ଶାଇ ଫଟୋ ପୋଷ୍ଟ କଲା ବିଜେପି

ବିଧାନସଭା ରେଜଲ୍ଟ ପରେ ବେଙ୍ଗଲରେ ପ୍ରବଳ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ବିଜେପି ୧୪ ଜଣ କର୍ମୀଙ୍କୁ ହରାଇଥିବା ଅଭିଯୋଗ କରିଛି। ଟିଏମସିର ଗୁଣ୍ଡାମାନେ ସମସ୍ତଙ୍କୁ ହତ୍ୟା କରିଥିବା ଦଳ ବାରମ୍ବାର କହି ଆସୁଛି। ତେବେ ବିଜେପି ବେଙ୍ଗଲ ହିଂସାକାଣ୍ଡକୁ ନେଇ ଜାରି କରିଥିବା ଭିଡିଓ ଏବେ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

ଏହି ଭିଡିଓରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଜଣେ ସାମ୍ବାଦିକଙ୍କୁ ବେଙ୍ଗଲ ହିଂସାର ପୀଡ଼ିତ ଭାବେ ବିଜେପି ଦର୍ଶାଇଛି। ବିଜେପି ଉକ୍ତ ସାମ୍ବାଦିକଙ୍କୁ ମୃତ ବୋଲି ଘୋଷଣା କରିଥିଲେ ହେଁ ସେ ଜୀବିତ ଓ ସଂପୂର୍ଣ୍ଣ ସୁସ୍ଥ ରହିଥିବା କହିଛନ୍ତି।

Spread the love