ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ କେଜ୍ରିୱାଲ, ଜାଣନ୍ତୁ କାରଣ

ଅକ୍ସିଜେନ ଯୋଗାଣ ପାଇଁ ସବୁବେଳେ ଦାବି କରି କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀକୁ କେନ୍ଦ୍ର ସରକାର ଗତକାଲି ୭୩୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେଇଛନ୍ତି।

ଏଥିପାଇଁ ଆଜି କେଜ୍ରିୱାଲ ଚିଠି ଲେଖି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଯଦି କେନ୍ଦ୍ର ସରକାର ସବୁଦିନ ୭୦୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେବେ, ତା’ହେଲେ ଦିଲ୍ଲୀରେ ଆଉ କେହି ଅମ୍ଳଜାନ ଅଭାବାରୁ ପ୍ରାଣ ହରାଇବେ ନାହିଁ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Spread the love