କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ସାମ୍ବାଦିକ ଡି. ଶଙ୍କର ରାଓ

କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା  ପୁର୍ବତନ ବରିଷ୍ଠ କିରାଣୀ ଡି. ଶଙ୍କର ରାଓଙ୍କ ପରଲୋକ। କରୋନା ସଂକ୍ରମିତ ହୋଇ ଚିକିତ୍ସା ଚାଲିଥିବା ବେଳେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।

ଡି. ଶଙ୍କର ରାଓ ରାଜସ୍ବ ବିଭାଗ କୋରାପୁଟ ଜିଲ୍ଲାର ବରିଷ୍ଠ କିରାଣୀ ପଦରେ ରହି ଅବସର ଗ୍ରହଣ କରିଥିଲେ । ଏହା ପରେ ଦୀର୍ଘ ୨୦ବର୍ଷ ହେବ ତେଲଗୁ ପତ୍ରିକା ସାକ୍ଷୀର ସାମ୍ବାଦିକ ଭାବରେ କାର୍ଯ୍ୟରତ ଥିଲେ। ଗତ ତିନି ଦିନ ତଳେ କରୋନା ସଂକ୍ରମିତ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଭର୍ତ୍ତି ହୋଇତିଲେ ।

ତେବେ ଶୁକ୍ରବାର ରାତି ପ୍ରାୟ ୧୧.୪୫ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ଡି. ଶଙ୍କର ରାଓଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକସଭା ଆୟୋଜନ କରାଯାଇଛି।

Spread the love