କରୋନାରୁ ମୁକ୍ତି ପାଆନ୍ତୁ : ସଂକ୍ରମିତ ହେବା ପରେ ଏମିତି କରୁଛନ୍ତି କୁଇନ

କରୋନା କବଳରେ ଆଉ ଜଣେ ସେଲିବ୍ରିଟି । ବଲିଉଡର କ୍ଵିନ୍ କୁହାଯଉଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଇନଷ୍ଟାରେ ସେ ଲେଖିଛନ୍ତି ଯେ, ମୁଁ କିଛି ଦିନ ହେବ ଥକ୍କା ଅନୁଭବ କରୁଥିଲି ।

ଏପରିକି ଆଖି ମଧ୍ୟ ପୋଡୁଥିଲା । ହିମାଚଳ ପ୍ରଦେଶ ଯିବାକୁ ଚାହୁଁଥିଲି । ଏଥିପାଇଁ ଗତକାଲି ମୋର କୋଭିଡ୍ ଟେଷ୍ଟ କରାଯାଇଥିଲା । ହେଲେ ଆଜି ରିପୋର୍ଟ ପଜିଟିଭ୍ ଆସିଛି । ସେଥିପାଇଁ ମୁଁ ମୋ ନିଜକୁ କ୍ଵାରେଣ୍ଟାଇନରେ ରଖିଛି । ମୋତେ ଜଣା ନଥିଲା ଯେ, ଏହି ଭାଇରସ୍ ମୋ ଶରୀରରେ ଥିଲା । ହେଲେ ମୁଁ ଡରିବାର ନାହିଁ, ଏହି ଭୂତାଣୁକୁ ମୁଁ ମୋ ଶରୀରରୁ ଧ୍ଵସ୍ତ କରିଦେବି । କାରଣ ମୋ ଉପରେ ମହାଦେବଙ୍କ ଶକ୍ତି ଅଛି । ଆସନ୍ତୁ ମହାଦେବଙ୍କୁ ଜପ କରିବା କୋଭିଡକୁ ଓପାଡି ଫୋପାଡିଦେବା । ଆପଣମାନେ ମଧ୍ୟ ମୋ ଭଳି ନଡରି କରୋନାରୁ ହରାନ୍ତୁ । ଏହା ଏକ ସ୍ୱଳ୍ପ ଫ୍ଲୁ, ଆଉ କିଛି ନୁହେଁ ସେଥିପାଇଁ ଡରିବାର ଆବଶ୍ୟକ ନାହିଁ । ହର ହର ମହାଦେବ।

Spread the love