SCBରେ ଆଉ ୧୦୦ କୋଭିଡ ବେଡ ବଢିବା ନେଇ ସୂଚନା ଦେଲେ ସିଏମସି କମିସନର

କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିଲା ବେଳେ ଏଥିରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକ୍‌ଡାଉନ ଲଗାଯାଇଥିଲା ବେଳେ ବିଭିନ୍ନ ମେଡିକାଲରେ ନୂତନ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଇଛି। ଏହି ଧାରାରେ କଟକରେ ୧୨୦୦ କୋଭିଡ ବେଡ ଥିଲା ବେଳେ କଟକ ବଡ ମେଡିକାଲ ଏସିବିରେ ଆଉ ୧୦୦ ବେଡ ବଢାଇବା ଲାଗି ନିଷ୍ପତି ହୋଇଥିବା ଆଜି କଟକ ମହାନଗର ନିଗମର ସଚିବ ସୂଚନା ଦେଇଛନ୍ତି।

କଟକର ବଡ ମେଡିକାଲରେ କଟକକୁ ଛାଡି ପାଖ ଜିଲ୍ଲା ମାନଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ପାରିବ ବୋଲି କମିସନର କହିଛନ୍ତି। ଏହା ସହିତ ଯେଉଁମାନେ କରୋନା ସଂକ୍ରମିତ ହୋଇ ଘରେ ଆଇସୋଲେସନରେ ରହୁଛନ୍ତି ସେମାନଙ୍କ ପାଇଁ ଏବଂ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ମାନେ ସିଏମସି ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୭୦୭୭୭୫୫୫୫୫ ଏବଂ ୧୮୦୦୩୪୫୮୨୮୯କୁ କଲ କରି ନିଜର ଦ୍ୱନ୍ଦ ଦୁରେ କରିପାରିବେ।

Spread the love