ଭୋଟ ବର୍ଜନ କରିଛନ୍ତି 8 ଗାଁର ଗ୍ରାମବାସୀ

ମୌଳିକ ସୁବିଧାରୁ ବଂଚିତ ଓ ଅନ୍ୟ ଗାଁରେ ଭୋଟ କେନ୍ଦ୍ରକୁ ନେଇ  8 ଗାଁର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ମାଥିଲି ବ୍ଲକର ସାନ କରାପାଲିରେ ଭୋଟ କେନ୍ଦ୍ର ଗାଁଠୁ 5 କିଲୋମିଟର ଦୂରରେ ହୋଇଥିବାରୁ ଏହାର ପ୍ରତିବାଦ କରି ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି । କରାପାଲିରେ 8 ଶହରୁ ଅଧିକ ଭୋଟର ରହିଛନ୍ତି । ସେହିପରି ମାଥିଲି ବ୍ଲକର ଟିମସପୁଟ, ଖଟଣାଗୁଡା, କୁଡୁଗୁଡା, ଅଟଳାଗୁଡା, ସିଙ୍ଗାଲଗୁଡା, ବେବାରିଗୁଡା ଓ ଗୁଡାପଦର ଗାଁ ଲୋକେ ମଧ୍ୟ ଭୋଟ କେନ୍ଦ୍ରକୁ ନଯାଇ ଭୋଟ ବର୍ଜନ କରିଛନ୍ତି । ଗାଁରେ ଉନ୍ନୟନ୍ନ ମୂଳକ କାମ ହେଉନଥିବା ଓ ସବୁ ସମୟରେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଥିବାରୁ ଏହାର ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି । ମୋଟ 1200 ଭୋଟର ଭୋଟ ବର୍ଜନ କରିଛନ୍ତି ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ମତଦାନ ଚାଲୁଥିବାବେଳେ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଭେଜପିପଦ ଗ୍ରାମର ରାସ୍ତା ନିର୍ମାଣ ନହେବା ନେଇ ସ୍ଥାନୀୟ ବାସିନ୍ଦା ଭୋଟ୍ ଦେବାକୁ ବର୍ଜନ କରିଛନ୍ତି । ତେବେ ଏଭଳି ସ୍ଥଳେ ପ୍ରାର୍ଥୀମାନଙ୍କ ଭାଗ୍ୟ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଉଠିଛି ।

Spread the love