ଏମସ୍‌ ହସ୍ବିଟାଲର ୧୧୦ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଋଷିକେଶ​‌ରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମସ୍‌)ର ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଏମସ୍‌ର ଜନସମ୍ପର୍କ ଅଧିକାରୀ ହରିଶ୍‌ ଥପଲିୟାଲ କହିଛନ୍ତି ଯେ, ମୋଟ ୧୧୦ ଜଣ ଚିକିତ୍ସକ ଏବଂ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ‌ତେବେ ବଡକଥା ହେଉଛି ସଂକ୍ରମିତ ହୋଇଥିବା ସମସ୍ତେ ପୂର୍ବରୁ ଟିକା ନେଇସାରିଛନ୍ତି । ଏମସ୍‌ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକ୍ଷକ ବିଜୟେସ୍‌ ଭରଦ୍ବାଜ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ପ୍ରତିଦିନ ସଂକ୍ରମଣ ଗ୍ରାଫ୍‌ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୦ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ୧୧୮ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୭୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୭୧ ହଜାର ୧୭୪ ।

Spread the love