କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ କରୋନା ହୁଏନି, ଆସନ୍ତୁ ଜାଣିବା…

କୋଭିଡ ମହାମାରୀରେ ପ୍ରତିଦିନ କିଛି ନା କିଛି ରିସର୍ଚ୍ଚ ସାମ୍ନାକୁ ଆସୁଛି । ଏହି ସମୟରେ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଛି । ଏହି ରିସର୍ଚ୍ଚରେ ଆପଣଙ୍କ ବ୍ଲଡ ଗ୍ରୁପ ଆପଣଙ୍କୁ କରୋନାରୁ ସୁରକ୍ଷା ଦେବ । ଏହି ସର୍ଭେ ଅନୁଯାୟୀ ‘AB’ ଏବଂ ‘B’ ବ୍ଲଡ ଗ୍ରୁପ ଅନ୍ୟ ବ୍ଲଡ ଗ୍ରୁପ ତୁଳନାରେ ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ‘O’ ବ୍ଲଡ ଗ୍ରୁପର ବ୍ୟକ୍ତି ବିଶେଷ ମାନେ କମ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ରିସର୍ଚ୍ଚ ଅନୁଯାୟୀ O ବ୍ଲଡ ଗ୍ରୁପର ବ୍ୟକ୍ତିମାନେ କରୋନାରେ କମ ପ୍ରଭାବିତ ହୋଇଥାନ୍ତି । ଏହାସହ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଲକ୍ଷଣ ଦେଖାଯାଉନାହିଁ । ଅର୍ଥାତ ସେମାନଙ୍କ ନମୁନାରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା । ଏହି ସର୍ଭେ ଅନୁଯାୟୀ, ଯେଉଁମାନଙ୍କ ବ୍ଲଡ ଗ୍ରୁପ AB ଓ B ରହିଛି ସେମାନେ ଅଧିକ ମାତ୍ରାରେ କରୋନାରେ ସଂକ୍ରମିତ ହୋଇଛନ୍ତି । କେବଳ ବ୍ଲଡ ଗ୍ରୁପ ନୁହେଁ ବରଂ ଆମିଷ ଭୋଜନ କରୁଥିବା ବ୍ୟକ୍ତି ମାନେ ଶାକାହାରୀ ଭୋଜନ ଗ୍ରହଣ କାରୀଙ୍କ ତୁଳନାରେ ଅଧିକ ସଂକ୍ରମିତ ହେଉଛନ୍ତି । ଏହାର ଶାକାହାରୀ ଖାଦ୍ୟରେ ଥିବା ହାଇ ଫାଇବରର ପରିମାଣ ଅଧିକ ରହିଛି ଯାହା ଇମ୍ୟୁନିଟୀ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

Spread the love