୪ ବର୍ଷର ହାତୀ ଛୁଆ ‘ହିରୋ’ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋର ମୃତ୍ୟୁ ହୋଇଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ୍ କାରଣ କଣ  ଜଣାପଡିନାହିଁ । ଗୁରୁବାର ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ତାର ମୃତଦେହକୁ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି ।

ମୃତ ହିରୋକୁ ଗତ ଜୁନ୍ ୨୦୧୯ ମସିହାରେ ରେଢ଼ାଖୋଲ ବନ ଖଣ୍ଡର ବାମରା ଅଭୟାରଣ୍ୟରୁ ଉଦ୍ଧାର କରାଯାଇ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲାଳନ ପାଳନ ପାଇଁ ଅଣାଯାଇଥିଲା । ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି ।

Spread the love