ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥହେଲେ ୯୦ବର୍ଷୀୟା କରୋନା ଆକ୍ରାନ୍ତ ବୃଦ୍ଧା

ଭୁବନେଶ୍ୱର : ହାରିବ କରୋନା, ଜିତିବ ମଣିଷ ।  ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ। ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ରବିବାର ଆରୋଗ୍ୟ ଲାଭ କରିବା ସହ ଘରକୁ ଫେରିଛନ୍ତି । ବୃଦ୍ଧା ଜଣଙ୍କ ସୁସ୍ଥ ହେବାନେଇ ସମ କୋଭିଡ ହସ୍ପିଟାଲ କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ବିଶି ସାହୁ । ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Spread the love