ପ୍ରତିଦିନ ପିଅନ୍ତୁ ତୁଳସୀ ଚା’, ଯାହା ଆପଣଙ୍କୁ ରୋଗମୁକ୍ତ ରଖିବାରେ ସହାୟକ ହେବ

କରୋନା ଠୁ ଦୂରେଇ ରହିବା ପାଇଁ ଏହାସହ ଅନ୍ୟ ରୋଗଠୁ ମୁକ୍ତି ପାଇଁ ତୁଳସୀର ସେବନ କରାଯାଏ ।ଏହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ । ତେଣୁ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଏହା ଆପଣଙ୍କ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।ତୁଳସୀ ପତ୍ରର ଆମ ହିନ୍ଦୁ ଧର୍ମରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଏହାର ଔଷଧିୟ ଗୁଣ ଆମ ଶରୀରକୁ ବେଶ ଫାଇଦା ଯୋଗାଇଥାଏ । ଚାଲନ୍ତୁ ଜାଣିବା ଏହାର ଉପକାରିତା ସଂପର୍କରେ ।

– ଏହା ମାନସିକ ଅବସାଦରୁ ମୁକ୍ତି ଦିଏ । ଏଥିରେ ଥିବା ୟୁଜିନାଲ ତତ୍ତ୍ୱ ଷ୍ଟ୍ରେସ ଦୂର କରିବାରେ ସହାୟ ହୁଏ ।

– ଖାଲି ପେଟରେ ତଳସୀ ଖାଇବା ଦ୍ୱାରା ଥଣ୍ଡା ଭଳି ସମସ୍ୟ।।ରୁ ମୁକ୍ତି ମିଳେ ।

– ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ ।

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ରେଡିକଲ୍ସ ସମସ୍ୟାକୁ ଦୂର କରିଥାଏ ।

– ଏହାକୁ ଆପଣ ଚା’ କରି ମଧ୍ୟ ପିଇପାରିବେ । କିନ୍ତୁ ଏଥିରେ କ୍ଷୀର ଓ ଚିନି ପକାନ୍ତୁ ନାହିଁ । ଏଥିରେ ଡାଲଚିନି , ମହୁ, ଅଦା, ଗୁଜୁରାତି ପକାଇ ପିଇପାରିବେ । ଲେମ୍ବୁ ମଧ୍ୟ ପକାଇ ପାରିବେ ।

– ଏହା ଡିପ୍ରେସନ ଦୂର କରେ ।

– ଶରୀରରେ ଜୀବାଣୁକୁ ନାଶ କରେ ।

Spread the love