ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷା ବାବଦରେ ନିଷ୍ପତ୍ତି, ଆୟୋଜନ କିମ୍ବା ବାତିଲ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୨୩/୦୫:   ଆଜି ସିବିଏସଇ ଦ୍ୱାଦଶ ନିଷ୍ପତ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପରୀକ୍ଷା ବୋର୍ଡର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ହେବ। ଏ ନେଇ ସୂଚନା ଦେଇଛି ଶିକ୍ଷା ବିଭାଗ। ଏହି ବୈଠକରେ ଯେଉଁସବୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ରହିଛି ସେ ବାବଦରେ ବିସ୍ତୁତ ଭାବରେ ଆଲୋଚନା ହେବ । ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଉପସ୍ଥିତ ରହିବେ।

ରବିବାର ବୈଠକରେ ପରୀକ୍ଷା ହେବ କିମ୍ବା ବାତିଲ କରାଯିବ, ସେନେଇ ଆଲୋଚନା କରାଯିବ । ଯଦି ହେବ, ତେବେ ସମସ୍ତ ବିଷୟର ପରୀକ୍ଷା ହେବ କିମ୍ବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟର ପରୀକ୍ଷା ହେବ । ଯଦି ବାତିଲ ହେବ, ତେବେ କିଭଳି ବିକଳ୍ପ ମୂଲ୍ୟାୟନ କରାଯିବ । ସିବିଏସଇ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ କିଛି ପରାମର୍ଶ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଅପରପକ୍ଷେ ଜେଇଇ ମେନ୍‌ ଦେବା ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ, ନିଟ୍‌ ଆଶାୟୀ ଓ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଆଶାୟୀମାନେ ମଧ୍ୟ ତାଙ୍କ ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବ ବୋଲି ବିଚାର କରିଛନ୍ତି ।

କରୋନା ମହାମାରୀକୁ ଆଖି ଆଗରେ ରଖି ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ, ସିବିଏସ୍ଇ ଏବଂ ଆଇସିଏସ୍ଇ ଯୁକ୍ତ ୨ ପରୀକ୍ଷା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରର ପ୍ରସ୍ତବ ଉପରେ ଆଧାର କରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ।

Spread the love