ମୋବାଇଲରେ ବ୍ୟସ୍ତ ରହୁଥିଲା ପୁଅ, ମା ଆକଟ କରିବାରୁ ଆତ୍ମହତ୍ୟା କଲେ ଯୁବକ

ପାଟଣା ୨୩।୦୫: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁରୁଣାପାଣି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମୋବାଇଲରେ ବ୍ୟସ୍ତ ରହୁଥିବା ପୁଅକୁ ମା ଆକଟ କରିବାରୁ କୀଟନାଶକ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଗ୍ରାମର ରାଜୁ ନାଏକଙ୍କ ପୁଅ ସରୋଜ ନାଏକ।

ସୂଚନା ଅନୁସାରେ ସରୋଜ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ। ଏହାକୁ ମା ଆକଟ କରିବାରୁ କୀଟନାଶକ ପିଇ ଦେଇଥିଲେ। ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ସରୋଜଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Spread the love