ଡାଲି ଟିକ୍କୀ

ଆବଶ୍ୟକ ସାମଗ୍ରୀ
ମୁଗଡାଲି ଗୁଣ୍ଡ – ୩/୪ କପ୍‌
ଚାଉଳ ଗୁଣ୍ଡ – ୩/୪ କପ୍‌
ଜୁଆଣୀ – ଅଧା ଛୋଟ ଚାମଚ
ହେଙ୍ଗୁ – ଚିମୁଟାଏ
ରାଶି – ୨ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ତେଲ – ଆବଶ୍ୟକ ଅନୁସାରେ
ଧନିଆ ପତ୍ର – କଟା ହୋଇଥିବା
ପ୍ରସ୍ତୁତି ପ୍ରଣାଳୀ

ମୁଗ ଡାଲିର ମସଲା ଟିକା ବନାଇବା ପାଇଁ ପ୍ରଥମେ ଏକ ବଡ ପାତ୍ରରେ ମୁଗଡାଲି ଗୁଣ୍ଡ କିମ୍ବା ପେଶା ହୋଇଥିବା ଶୁଖିଲା ଡାଲି ଏବଂ ଚାଉଳର ଗୁଣ୍ଡ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ଲୁଣ, ଜୁଆଣୀ, କଞ୍ଚା ଲଙ୍କା ପେଷ୍ଟ, ହେଙ୍ଗୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। କଟା ହୋଇଥିବା ଧନିଆ ପତ୍ର ପକାନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ କରି ପାଣି ପକାଇ ନରମ କରି ଚକଟି ଦିଅନ୍ତୁ। ଏହାପରେ ଏହି ଚକଟାକୁ କିଛି ସମୟ ପାଇଁ ଘୋଡାଇ ରଖି ଦିଅନ୍ତୁ। ଯାହାଦ୍ୱାରା ଏହା ସେଟ୍‌ ହୋଇଯିବ।

ଏହାପରେ ଅଳ୍ପ ଅଳ୍ପ ନେଇ ହାତରେ ରଖି ଗୋଲ ଗୋଲା ବନାଇ ଦିଅନ୍ତୁ। ଏହାପରେ ଚକିରେ ସାମାନ୍ୟ ତେଲ ଲଗାଇ ଏହାକୁ ଚିକ୍କଣ କରିଦିଅନ୍ତୁ। ଏବେ ଗୋଲାକୁ ଏହି ଚକିରେ ରଖି ହାତରେ ହାଲକା ଦବାଇ ଦିଅନ୍ତୁ। ଯେପରି ଭଲଭାବେ ବେଲି ହୋଇଯିବ।

ଏବେ କଡାରେ ତେଲ ଗରମ କରିନିଅନ୍ତୁ ଏବଂ ଏହି ପ୍ରସ୍ତୁତ କରିଥିବା ଟିକ୍କାକୁ ନେଇ ତେଲରେ ପକାଇ ଦିଅନ୍ତୁ। ଦୁଇ ପାଖରୁ ଭଲଭାବେ ଭାଜି ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମା ଗରମ ଟିକ୍କା। ଆପଣ ଏହାକୁ ଟମାଟୋ ସସ୍‌, ତେନ୍ତୁଳି-ପୋଦିନା ଚଟଣୀ ସହିତ ମଜାରେ ଖାଇପାରିବେ।

Spread the love