ବାତ୍ୟା ପ୍ରସ୍ତୁତି: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର ୨୪।୦୫: ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି। ଜିରୋ କାଜୁଆଲିଟି ଉପରେ ଗୁରୁତ୍ଵାରୋପ କରାଯାଇଛି। ଆଉ ଏକ ପଦକ୍ଷେପ କ୍ରମେ ବାତ୍ୟା ପାଇଁ ରାଜ୍ୟ ସରକାର ମେ ୩୧ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଜରୁରୀ ପରିସ୍ଥିତି ଯୋଗୁ କର୍ମଚାରୀମାଙ୍କୁ ହେଡ୍‌ କ୍ୱାର୍ଟର୍ସ ଛାଡ଼ି ନଯିବା ପାଇଁ ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପୂର୍ବରୁ ଛୁଟି ନେଇଥିବା ସରକାରୀ କର୍ମଚାରୀମାନଙ୍କର ଛୁଟି ମଧ୍ୟ ବାତିଲ କରିଛନ୍ତି ସରକାର। ଛୁଟିରେ ଥିବା  କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଠଛନ୍ତି।

ତେବେ ବାତ୍ୟା ମୁକାବିଲା ନେଇ ବରିଷ୍ଠ ଆଇଏଏସ, ଆଇପିଏସ ଅଫିସରମାନଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ଆଇଏସଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଭାବିତ ଜିଲ୍ଲାର ପୋଲିସ ମାନଙ୍କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ IPSଙ୍କୁ ଦାୟିତ୍ୱ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଇଏଏସ ହେମନ୍ତ ଶର୍ମା ଓ ଆଇପିଏସ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର- ଶାଶ୍ୱତ ମିଶ୍ର ଓ ଅମିତାଭ ଠାକୁର, ଭଦ୍ରକ- ଭିଭି ଯାଦବ ଓ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର- ବିଶାଲ୍ ଦେବ ଓ ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ- ସୁରେଶ ବଶିଷ୍ଟ ଓ ଅନିରୁଦ୍ଧ କୁମାର ସିଂହକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ବିଶେଷ କରି ବାଲେଶ୍ବର ଜିଲ୍ଲାରେ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। କାଲି ସୁଦ୍ଧା ପ୍ରସ୍ତୁତି ସାରିବାକୁ ପଡିବ। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି  ।  ଜିଲ୍ଲାରୁ୧ ଲକ୍ଷ ୪୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଟାର୍ଗେଟ ରଖାଯାଇଛି।  ବାଲେଶ୍ବର ଜିଲ୍ଲାରେ ୧୨ଟି ଦମକଳ ଟିମ୍ ମହଜୁଦ ଥିବା ବେଳେ ୨୦ଟି ଦମକଳ ଟିମ ବାହାର ଜିଲ୍ଲାରୁ ଆସି ପହଂଚିଛନ୍ତି।  ସେମାନଙ୍କୁ ଭୋଗରାଇ, ବାଲିଆପାଳ, ସୋର, ବାହାନଗା, ରେମୁଣା ଆଦି ବ୍ଲକକୁ ପଠାଯାଇଛି । ବରିଷ୍ଠ ଆଇଏସ ଅଫିସର ବିଶାଳ ଦେବ ,କ୍ରାଇମବ୍ରାଂଚ ଏଡିଜି ଯଶୋବ ଜେଠଓ। ବାଲେଶ୍ବର ଆସି ପୋଲିସ ଓ ଓଡ୍ରାଫ୍ ଟିମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

Spread the love