ହସ୍ପିଟାଲରେ ଭର୍ତ୍ତି ଭାରତୀୟ ଧାବକ ମିଲ୍‌ଖା ସିଂହ

ନୂଆଦିଲ୍ଲୀ ୨୪/୫: ହସ୍ପିଟାଲରେ ଭର୍ତ୍ତି ହେଲେ ମହାନ ଭାରତୀୟ ଧାବକ ମିଲ୍‌ଖା ସିଂହ। ଏନେଇ ତାଙ୍କ ପୁଅ ତଥା ବରିଷ୍ଠ ଗୋଲ୍ଫର ଜୀବ ମିଲ୍‌ଖା ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ ସେ (ମିଲ୍‌ଖା ସିଂହ) ଦୁର୍ବଳତା ଅନୁଭବ କରିବା ସହ କାଲିଠୁ କିଛି ଖାଉନାହାନ୍ତି। ତେଣୁ ଚେକଅପ୍‌ ପାଇଁ ତାଙ୍କୁ ମୋହାଲିର ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ତାଙ୍କର ପାରାମିଟର (ସ୍ବାସ୍ଥ୍ୟ ସମ୍ପର୍କୀତ ମାପଦଣ୍ଡ)  ଠିକ୍‌ ରହିଛି। ତଥାପି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ଆମେ ଚିନ୍ତା କଲୁ। କାରଣ ସେ ହସ୍ପିଟାଲରେ ବରିଷ୍ଠ ଡାକ୍ତରଙ୍କ ନଜରରେ ରହିବେ।’

ମିଲ୍‌ଖା ସିଂହ କରୋନା ସଂକ୍ରମିତ ହେବା ପରେ ନିଜ ଘରେ ଆଇସୋଲେସନ୍‌ରେ ରହିଥିଲେ । ୯୧ ବର୍ଷୀୟ ମିଲ୍‌ଖା ସିଂହ ବୁଧବାର କରୋନା ସଂକ୍ରମିତ ଥିବା ନେଇ ଜଣାପଡ଼ିଥିଲା ।  ତାପରେ ସେ ଚଣ୍ଡିଗଡ଼ ସ୍ଥିତ ନିଜ ଘରେ ଆଇସୋଲେଟ ହୋଇଥିଲେ।

ବାପା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜୀବ ଶନିବାର ଦୁବାଇରୁ ଫେରିଆସିଥିଲେ। ଦୁଇ ଘରୋଇ ସହାୟକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମିଲଖା ସିଂହଙ୍କ ପରିବାର କରୋନା ପରୀକ୍ଷା କରାଇଥିଲେ। ଏଥିରେ ମିଲ୍‌ଖା ସିଂହ ସଂକ୍ରମିତ ଥିବା ଜଣାପଡ଼ିଥିଲା।

Spread the love