କରୋନା କାଳରେ କରନ୍ତୁ ବ୍ୟାୟାମ, ଏହା ଆପଣଙ୍କ ଶରୀର ସହ ମନକୁ ରଖିବ ସୁସ୍ଥ

ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ୍ସରସାଇଜ ବା ବ୍ୟାୟାମ ହୋଇଥାଏ ସବୁଠୁ ବେଷ୍ଟ । ଏହାଦ୍ୱାରା ଆପଣଙ୍କ ଶରୀର ଦିନକୁ ଦିନ ଭଲ ଦେଖାଯିବା ସହ ଆପଣ ସୁସ୍ଥ ରହିଥାନ୍ତି ।ଆପଣ ଜାଣିଛନ୍ତି କି ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀରକୁ କେଉଁ ଲାଭ ମିଳିଥାଏ? ଆଜି ଆମେ ଏହାକୁ ନେଇ ଆପଣଙ୍କୁ ଅବଗତ କରାଇବୁ । ଯାହାକୁ ଜାଣି ଆପଣ ବ୍ୟାୟାମ କରିବାକୁ ଇଚ୍ଛା କରିବେ । ଚାଲନ୍ତୁ ଜାଣିବା ଏହାର ଫାଇଦା:-

– ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରୁହେ । ମେଣ୍ଟାଲ ହେଲ୍‌ଥ ସମସ୍ୟା ଥିଲେ ବ୍ୟାୟାମ ସବୁଠୁ ବେଷ୍ଟ ହୋଇଥାଏ । ଏହାଦ୍ୱାରା ଶରୀର କେବଳ ଆକ୍ଟିଭ ରହିଥାଏ ତାହା ନୁହେଁ ବରଂ ସେରୋଟୋନିନ ସହ ଅନ୍ୟ ହର୍ମୋନ ଶରୀରରୁ ନିର୍ଗତ ହୋଇଥାଏ । ଯାହା ଚିନ୍ତା ବା ଅଶାନ୍ତିରୁ ମୁକ୍ତି ଦିଏ । ଏହାଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ ।

– ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ । ତେଣୁ ଏଥିପାଇଁ ପ୍ରତିଦିନ ଆପଣଙ୍କୁ ବ୍ୟାୟାମ କରିବାକୁ ପଡିବ । ଏହାସହ ଡାଏଟରେ ଧ୍ୟାନ ରଖିବାକୁ ପଡିବ ।

– ସୁସ୍ଥ ହାର୍ଟ ପାଇଁ ବ୍ୟାୟାମ ସବୁଠୁ ଲାଭଦାୟକ ହୋଇଥାଏ ।

– ଆତ୍ମବିଶ୍ୱାସ ବଢ଼ାଇବାରେ ଏହା ଖୁବ ଜରୁରୀ ହୋଇଥାଏ । କରୋନା କାଳେରେ ସମସ୍ତଙ୍କ ପାଖରେ ପ୍ରାୟ ଏହି ସମସ୍ୟା ଦେଖାଯାଉଛି । ତେଣୁ ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଥାଏ ।

– ଏହାଦ୍ୱାରା ଏକାଗ୍ରତା କ୍ଷମତା ବଢ଼ିଥାଏ । ୨୦୦୧ ରିପୋର୍ଟ ଅନୁଯାୟୀ, ସପ୍ତାହକୁ ୨ ରୁ ୩ ଥର ଏରୋବିକ୍ ବ୍ୟାୟାମ ସହ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଶରୀରିକ ଗତିବିଧି କରିବା ଆବଶ୍ୟକ । ଏହାଦ୍ୱାରା ଆପଣ ସୁସ୍ଥ ଓ ନିରାମୟ ଜୀବନ ଜିଇଁପାରିବେ ।

Spread the love