ବଙ୍ଗରେ ପ୍ରବଳ ବର୍ଷା ପବନରେ ଉପୁଡିଲା ଗଛ, ୨ ମୃତ

ପଶ୍ଚିମବଙ୍ଗ ୨୬/୫: ଭୟଙ୍କର ରୂପ ଧାରଣ କରି ମାଡିଆସୁଛି ବାତ୍ୟା ୟାସ । ଆଜି ମଧ୍ୟାହ୍ନରେ ଓଡ଼ିଶାର ଧାମରା ସ୍ଥଳଭାଗ ଅର୍ଥାତ ଲ୍ୟାଣ୍ଡଫଲ କରିବା ବାତ୍ୟା ୟାସ । ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁଇରୁ ଚାରି ମିଟରର ଜୁଆର ଉଠିବ । ଏହା ସହ ବାତ୍ୟା ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ପବନ ବେଗ ପ୍ରାୟ ୧୫୫ ରୁ ୧୬୫ କିଲୋମିଟର ବେଗରେ ବୋହିବ ବୋଲି ଆକଳନ କରିଛ ପାଣିପାଗ ବିଭାଗ ।

ଏବେବି ବିଭିନ୍ନ ସ୍ଥନେର ତୁହାକୁ ତୁହା ବର୍ଷା ଓ ପବନ ଜାରି ରହିଛି । ହେଲେ ଏହା ବଙ୍ଗ ଯିବା ପୂର୍ବରୁ ତାର କରାଳ ରୂପ ଦେଖିଲେଣି ବଙ୍ଗବାସୀ । ପଶ୍ଚିମବଙ୍ଗରେ ପ୍ରାୟ ୨ ଜଣଙ୍କ ଜୀବନ ଗଲାଣି । ଏହାସହ ବାତ୍ୟାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ପଶ୍ଚିମବଙ୍ଗ ସରକାର ବିପଦପୂର୍ଣ୍ଣ ଅଞ୍ଚଳରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ ଏକ ‘ରେଡ୍ ଆଲର୍ଟ ଜାରି କରାଯାଇଛି ।

Spread the love