ମାଆଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜୀବନ ହାରିଲା ପୁଅ

ବାଲିପାଟଣା : ନିଜ ମାଆଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ବାଳକାଟି ରଥିଜେମା ୮୦ ଘର ସାହିରେ ଭଡାରେ ରହୁଥିବା ପ୍ରତାପ ସାହୁ ।

ସୂଚନାଯୋଗ୍ୟ ଯେ, ପ୍ରତାପଙ୍କ ମାଆ ଛାତ ଉପରେ ତାରରେ ଏକ ଜରିପାଲ ଶୁଖାଉଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ମାଆଙ୍କ ଚିତ୍କାର ଶୁଣି ପ୍ରତାପ ମାଆଙ୍କୁ ରକ୍ଷା କରିବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ । କିଛି ସମୟ ପାଇଁ ପ୍ରତାପ ବିଦ୍ୟୁତ ତାର ସହ ଲାଖି ରହିଥିଲେ । ପରେ ଗୁରୁତର ହୋଇ ଛାତ ଉପରେ ପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ପ୍ରତାପଙ୍କ ମାଆ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଛନ୍ତି ।

Spread the love