ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ଦେହାନ୍ତ

କଟକ ୨୭।୦୫: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଶୋକ ପ୍ରକାଶ କରିଛନ୍ତି ଅନେକ ବରିଷ୍ଠ କଳାକାର ।ଖବର ଅନୁଯାୟୀ, ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି। କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ।ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଚାଲିଯାଇଥିଲେ ଶାନ୍ତିରାଜଙ୍କ ପ୍ରାଣବାୟୁ । ଯାହାଫଳରେ  ସବୁଦିନ ପାଇଁ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା। ବହୁ ଆଲବମ ଓ ଓଲିଉଡ ରେ ସଙ୍ଗୀତ ନିର୍ଦେଶନା ଦେଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ହୋଇଥିଲେ।ବୟସ ପାଖାପାଖି ୫୩ ବର୍ଷ ହେବ ।

ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ଥିଲେ । ଗତ କିଛିଦିନ ହେବ କୋଭିଡ଼ ରେ ଆକ୍ରାନ୍ତ ହୋଇ ସେ ନିଜ କଟକ ସ୍ଥିତ ବାସଭବନରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ହଠାତ୍ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ୍ ନିଆଯାଉଥିଲା , କିନ୍ତୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ରେ ସଙ୍ଗୀତ ଜଗତ ଓ ସିନେ ଜଗତର ବିରାଟ କ୍ଷତି ହୋଇଛି ବୋଲି କୁହାଯାଏପାରେ ।

ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାମଧ୍ୟରୁ ଧନରେ ରଖିବୁ ଶପଥ ମୋର.  ବାଇଶି ପାହାଚେ ଖେଳିବ ମୀନ,  ତୋର ମୋର ଯୋଡି ସୁନ୍ଦର.  ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଶାନ୍ତିରାଜ  ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ ।

Spread the love