ବାତ୍ୟା ‘ୟଶ୍‌’ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ବାତ୍ୟା ୟଶ୍ ଗତକାଲି ଭଦ୍ରକ ଓ ବାଲେଶ୍ୱର ମଧ୍ୟବର୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରି ଉତର-ପଶ୍ଚିମ ଦିଗ ଆଡେ ଗତି କରି ମୟୁରଭଂଜ ଦେଇ ଓଡିଶା ଅତିକ୍ରମ କରିଛି । ବାତ୍ୟା ଓ ବର୍ଷା କାରଣରୁ ବହୁ ଧନଜୀବନ ହାନି ହୋଇଛି। ପ୍ରଭାବିତ ଅଂଚଳରେ ଲୋକମାନଙ୍କ ଘରଦ୍ୱାର ଭାଙ୍ଗି ଯିବା ସହ ବନ୍ୟା ପାଣି ଘରେ ପଶି ବହୁ କ୍ଷୟକ୍ଷତି ଘଟାଇଛି। ବହୁ ସଂଖ୍ୟରେ ଗରୀବ, ଅସହାୟ ଲୋକମାନେ ବାତ୍ୟାଶ୍ରୟ ସ୍ଥଳରେ ରହିଛନ୍ତି। ଏହାସହ ଗୋପାଳିତ ପଶୁମାନଙ୍କ ମଧ୍ୟ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ସଂପର୍କରେ ଅବଗତ ହେବା ସହ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସନ୍ତାକାଲି ସକାଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡଶା ଆସୁଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତ।। କାଲି ସକାଳ ୧୦.୩୦ ଘଟିକାରେ ଭୂବନେଶ୍ୱର ପହଂଚି ବାତ୍ୟା ସଂପର୍କୀତ ସମୀକ୍ଷା ବୈଠକରେ ଯୋଗ ଦେବେ। ଏହାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାତ୍ୟା ଓ ବନ୍ୟାଂଚଳ ପରିଦର୍ଶନ କରି ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିବେ। ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୦୧୯ ମସିହାରେ ଫନୀ, ୨୦୨୦ ମସିହାରେ ଅମ୍ଫାନ ବାତ୍ୟା ସମୟରେ ଓଡିଶା ଆସି ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ। ଏଥରର ୟଶ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଯଥାଶୀଘ୍ର ପୁନରୁଦ୍ଧାର କାର୍ଯ୍ୟପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ସହ ଆଲୋଚନା କରିବେ। ବାତ୍ୟା ପୂର୍ବ୍‌ରୁ ମୋଦି ସରକାରଙ୍କ ଦ୍ୱାରା ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୫ ଲକ୍ଷ ବାସଗୃହ ଆବଂଟନ, ଜାତୀୟ ବିପର୍ଯୟ ପାଂଠିରୁ ୬୪୧.୬ କୋଟି ଟଙ୍କା ପ୍ରଦାନ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି ।

Spread the love