ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ଓଡିଶାକୁ ୫ଶହ କୋଟି ବାତ୍ୟା ସହାୟତା

ଭୁବନେଶ୍ୱର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳେ ବାତ୍ୟା ଯାସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ପାଇଁ ଅତିରିକ୍ତ ୫୦୦କୋଟି ଟଙ୍କା ଘୋଷଣା କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ମଧ୍ୟ ୫୦୦କୋଟି ଟଙ୍କା ଘୋଷଣା କରାଯାଇଛି । ସେପଟେ ଓଡିଶାର କ୍ଷୟକ୍ଷତି ଆକଳନ କରିବାକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ଆସିବ । ଆନ୍ତଃମନ୍ତ୍ରୀସ୍ତରୀୟ ଟିମର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ୩ଜିଲ୍ଲା ଓ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ କରିଥିଲେ ଅନୁଧ୍ୟାନ ।

ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ବାତ୍ୟାରେ କଣ କଣ ହୋଇଛି ସେ ନେଇ 8ମିନଟର ଭିଡ଼ିଓ ମୋଦିଙ୍କୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଅଞ୍ଚଳର ଚିତ୍ର ପାୱାର ପଏଣ୍ଟ ମାଧ୍ୟରେ ଦେଖାଯାଇଥିଲା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।

Spread the love