ପ୍ରତିଦିନ ସକାଳୁ ଉଠି ପିଅନ୍ତୁ ତ୍ରିଫଳା ପାଣି, ମିଳିବ ଏହି ଅଜବ ଫାଇଦା

ତ୍ରିଫଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ସାଧାରଣତଃ ଏହାକୁ କବ୍ଜ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ। ତେବେ ଏହାର ଆହୁରି ବି ଅନେକ ଫାଇଦା ରହିଛି। ଆଜି ଆମେ ଆପଣଙ୍କୁ ପ୍ରତିଦିନ ସକାଳେ ତ୍ରିଫଳା ଚୂର୍ଣ୍ଣ ପାଣି ପିଇବାର ଫାଇଦା ବିଷୟରେ କହିବୁ।

ସାମଗ୍ରୀ

ତ୍ରିଫଳା ପାଉଡର-୧ ଛୋଟ ଚମଚ

ଲେମ୍ବୁ ରସ-୧ ଛୋଟ ଚମଚ

ମହୁ-୧ ବଡ଼ ଚମଚ

ଗରମ ପାଣି-୧ ଗ୍ଲାସ

ବିଧି

ପ୍ରଥମେ ପାଣିକୁ ହାଲୁକା ଗରମ କରି ନିଅନ୍ତୁ। ଏଥିରେ ମହୁ, ତ୍ରିଫଳା ପାଉଡର, ଲେମ୍ବୁ ରସ ପକାଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ। ଏବେ ଏହାକୁ ପିଅନ୍ତୁ।

ତ୍ରିଫଳା ପାଣି ପିଇବାର ଫାଇଦା

୧. ୱେଟ ଲସ: ତ୍ରିଫଳା ପାଣି ପିଇଲେ ଶରୀରର ମୋଟାବଲିଜମ ଭଲ ରହିଥାଏ। ଏହା ଓଜନକୁ ନିୟନ୍ତ୍ରିତ ରଖେ।

୨. ଇମ୍ୟୁନିଟି ବଢ଼ାଏ: ତ୍ରିଫଳା ପାଣି ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଇମ୍ୟୁନିଟି ବୁଷ୍ଟିଙ୍ଗ ଗୁଣ ରହିଛି। ବ୍ୟାକ୍ଟେରିଆଲ ଇନଫେକ୍ସନ ହେଲେ ତ୍ରିଫଳା ପାଣି ଉପଶମ ପ୍ରଦାନ କରିଥାଏ।

୩. ଆଖି ପାଇଁ ଲାଭଦାୟକ: ତ୍ରିଫଳା ପାଣି ପିଇଲେ ଆଖିକୁ ସବୁଠାରୁ ଅଧିକ ଫାଇଦା ମିଳିଥାଏ। ଏହାକୁ ଆଇ ଟନିକ ବି କୁହାଯାଇଥାଏ।

୪. ପେଟ ପାଇଁ ଭଲ: ତ୍ରିଫଳା ପାଣିକୁ ସକାଳୁ ଖାଲି ପେଟରେ ପିଇଲେ ପାଚନ ତନ୍ତ୍ର ମଜଭୁତ ରହିଥାଏ। ଏହାଦ୍ୱାରା କବ୍ଜ ସମସ୍ୟା ରହି ନ ଥାଏ। ଏହା ଶରୀରରେ ଜମା ହୋଇଥିବା ଟକ୍ସିସକୁ ବାହାର କରି ଦେଇଥାଏ।

Spread the love