ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ ୨।୬: ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍ ତାଙ୍କ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ ।

ଯାଞ୍ଚ ବେଳେ ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡିଥିଲା । ଟିମ୍ ପ୍ରାଥମିକ ଭାବେ ପଚରାଉଚରା କରିଥିଲେ ମଧ୍ୟ ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଶେଷରେ ଭିଜିଲିନ୍ସ ତାଙ୍କୁ ଅଫିସକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି । ଟଙ୍କା ଗଣା ଚାଲିଛି।

ଅନ୍ୟପଟେ ସେ ଝାରସୁଗୁଡାରୁ ଟ୍ରେନ୍ ଯୋଗେ ନିଜ ଘର ଭୁବନେଶ୍ବର ଯିବା ପାଇଁ ଟ୍ରେନ୍ ଟିକଟ୍ ମଧ୍ୟ କାଟି ସାରିଥିଲେ ।

Spread the love