ଆରମ୍ଭ ହେଲା “ଅମୃତ ଧାରା”, ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ରୋଗୀଙ୍କୁ ମାଗଣାରେ ମିଳିବ ଅକ୍ସିଜେନ୍‌

ଭୁବନେଶ୍ୱର, ୦୨/୦୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳୀ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଦ ଓଡିଶା ସୋସାଇଟ୍ ଅଫ ଦ ଆମେରିକା ହେଲ୍ଦ ଏଣ୍ଡ ୱଲନେସ୍ ଗ୍ରୁପ୍ ଅମୃତ ଧାରା ନାମରେ ଏହାକୁ ସମାଜ ଉଦ୍ଦେଶ୍ୟରେ ଗଠନ କରିଛନ୍ତି ।

ଆଜି ଏହାର ଉନ୍ମୋଚନ ଅବସରରେ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ ମୁଖ୍ୟ ପରିଚାଳକ, ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ଡା. ପ୍ରିୟବ୍ରତ ଧିର, ଡା. ଅବିନାଶ ସାମଲ ଏମ୍ପ୍ରିଓ ଗ୍ରୁପର ମୁଖ୍ୟ, ଡା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର ହାଇଟେକ୍ ମେଡିକାଲ, ପ୍ରଭିନ୍ ଅଗ୍ରୱାଲ, ସମାଜସେବୀ ଏବଂ ଯୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର ପଟିଆ ବିଗବଜାର ସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଛି ।

ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟାରୁ ବଞ୍ଚା ଯାଇପାରିବ ।  ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଲଦାନ ଦିଆଯିବ ।

ଏହି ଆଶ୍ରୟ ସ୍ଥଳରେ ଅମ୍ଲଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଜୀବନ ଜ୍ୟେତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନୀୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି ।

ଏହି ସେଣ୍ଟର ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ବର ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି । ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ଅଭିନେତା ସବ୍ୟସାଚୀ OSA-HWG, ସ୍ପର୍ଶ ହସ୍ପିଟାଲର କର୍ତ୍ତୃପକ୍ଷ ଓ ବିଏମସିକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Spread the love