ସୋଆ ଆଇଭିଏସ୍ଏଏଚ୍ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା
ଭୁବନେଶ୍ୱର, ନଭେମ୍ବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡ୍୍ରି (ଆଭିଏସ୍ଏଏଚ୍)ରେ ବୁଧବାର ପ୍ରାଣୀପ୍ରଜନନ (ଆନିମଲ୍ ଜେନେଟିକ୍ସ ଆଣ୍ଡ ବ୍ରିଡିଂ) ବିଭାଗ ପକ୍ଷରୁ ଗବେଷଣା କ୍ଷେତ୍ରରେ ପରିସଂଖ୍ୟାନର ଗୁରୁତ୍ୱ ଓ ଏହାର ବ୍ୟବହାରିକ ପ୍ରୟୋଗ ସମ୍ବନ୍ଧୀୟ ଗବେଷଣ ଓ ଶିକ୍ଷକମାନଙ୍କୁ କିପରି ଅଧିକ ଦକ୍ଷ କରାଯାଇପାରିବ ସେ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ବିଭିନ୍ନ ଶିକ୍ଷାନୁଷ୍ଠାନ ନର୍ସିଂ, ଆଇଏଏସ୍, ଫାର୍ମାସୀ, ବାୟୋଟେକ୍ନୋଲୋଜି ଓ ଭେଟେରିନାରୀ ମହାବିଦ୍ୟାଳୟର ୪୩ ଜଣ ଶିକ୍ଷକ ଅଂଶଗ୍ରହଣ କରି ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ)ର ବିଭିନ୍ନ ଦିଗ ଓ ଗବେଷଣାରେ ଏହାର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ ।
ଗବେଷଣାର ଗୁଣବତା ଓ ଡାଟା (ତଥ୍ୟ) ସଂଗ୍ରହ, ବିଶ୍ଳେଷଣ ଓ ଗବେଷଣାତ୍ମକ ନିବନ୍ଧ ପ୍ରସ୍ତୁତି ଉପରେ ନିର୍ଭର କରେ । ତେବେ ଅନେକ ଗବେଷକ ତଥ୍ୟ ସଂଗ୍ରହ କରୁଥିଲେ ମଧ୍ୟ ତାହାକୁ କେଉଁ ପରିସଂଖ୍ୟାନ ଡିଜାଇନ୍ ବିଶ୍ଲେଷଣ କରାଯିବ ଏବଂ ଏଥିରୁ କିଭଳି ଉପଯୁକ୍ତ ଫଳାଫଳ ମିଳିବ ସେ ସଂପର୍କରେ ସ୍ପଷ୍ଟ ଧାରଣା ରଖିପାରୁନାହାନ୍ତି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଉଁ ଡାଟାକୁ କେଉଁ ଷ୍ଟାଟିଷ୍ଟିକାଲ୍ ଡିଜାଇନ୍ ଦରକାର ଓ ଅତି ସହଜରେ କିପରି ତାର ଆନାଇଲିସିସ, କମ୍ପ୍ୟୁଟର ମାଧ୍ୟମରେ (ଏସ୍ପିଏସ୍ଏସ୍) ସଫ୍ଟୱେର ସାହାଯ୍ୟରେ କରାଯାଇପାରିବ ସେ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବା ପରିପ୍ରେକ୍ଷୀରେ ପରିସଂଖ୍ୟାନ ବିନା ଗବେଷଣା ଅସମ୍ପୂର୍ଣ୍ଣ ଓ ଦିଗହୀନ ବୋଲି ଅଭିହିତ କରିଥିଲେ । କୌଣସି ଗବେଷଣା ପରିସଂଖ୍ୟାନ ଗଭୀର ଭାବେ ନିର୍ଭରଶୀଳ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଆଇଭିଏସ୍ଏଏଚର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଓ ନିର୍ଦ୍ଦେଶକ,ସୋଆ ପ୍ରଫେସର କୌତୁକ କୁମାର ସର୍ଦ୍ଦାର ମଧ୍ୟ ଉଦ୍ବୋଧନ ଦେଇଥିଲେ । ପ୍ରଫେସର ସର୍ଦ୍ଦାର କହିଥିଲେ ଯେ ଜୀବ ବିଜ୍ଞାନର ଗବେଷଣାରତ ଗବେଷକଙ୍କ ପରିସଂଖ୍ୟାନ ଓ ପ୍ରୟୋଗ ଜ୍ଞାନର ପରିସୀମା ଅଧିକ ବୃଦ୍ଧି କରାଗଲେ ଏ ସମ୍ପର୍କିତ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇପାରିବ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ପ୍ରାଣୀପ୍ରଜନନ ବିଭାଗର ସମସ୍ତ ସହ ପ୍ରାଧ୍ୟାପକ ପରିଚାଳନା କରିଥିଲେ ।
