ମୋଦି ସରକାରଙ୍କ ୭ ବର୍ଷ ପୂର୍ତି ଅବସରରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଦେଶର ପ୍ରଧାନ ସେବକ ଭାବେ ଯଶସ୍ୱୀ ଶ୍ରୀ ନରେନ୍ଦ୍ର ମୋଦି ବିଗତ ୭ ବର୍ଷରେ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ଦେଶରେ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଛନ୍ତି । ନିଜର ସେବାମୂଳକ ମନୋଭାବ ଓ କାର୍ଯ୍ୟ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶ ତଥା ବିଦେଶରେ ସୁନାମ ଆଣିବା ସହ ସମସ୍ତ ଭାରତୀୟଙ୍କୁ ଗୈାରାବନ୍ୱିତ କରାଇଛନ୍ତି । ଗତ ମେ ୩୦ ତାରିଖରେ କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର
ଦ୍ୱିତୀୟ ବର୍ଷ ପୂର୍ତି ହୋଇଛି । ଏହି ଦିବସକୁ ପାର୍ଟୀ ତରଫରୁ ଦେଶବ୍ୟାପୀ “ସେବା ଦିବସ” ଭାବେ ପାଳନ କରାଯାଇଛି । କେବଳ କ୍ଷମତା ପାଇଁ ନୁହେଁ, ବରଂ ସମାଜକୁ ସୁଦୃଢ, ଶୃଙ୍ଖଳିତ, ସଶକ୍ତ ଓ ବିକଶିତ କରିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ଏବଂ “ସେବା ହିଁ ସଂଗଠନ”ମନ୍ତ୍ରକୁ ପାଥେୟ କରି ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ସମୟରେ ବହୁ ସମାଜ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି । ସେବା ଦିବସ ଅବସରରେ ରାଜ୍ୟର ସମସ୍ତ ୬୭୯୮ ପଂଚାୟତ ଏବଂ ସହରାଂଚଳରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଛି ା କରୋନା ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ପ୍ରତ୍ୟେକ ପଂଚାୟତ ଏବଂ ସହରାଂଚଳର ବିଭିନ୍ନ ୱାର୍ଡମାନଙ୍କରେ ସେବା କାର୍ଯ୍ୟ ଜରିଆରେ ମାସ୍କ, ସାନିଟାଇଜର, ଶୁଖିଲା ଓ ରନ୍ଧା ଖାଦ୍ୟ, ଥର୍ମାଲଗନ୍‌, ଅକ୍ସିମିଟର, ପିପିଇ କିଟ୍‌,
ପଶୁ ଖାଦ୍ୟ ବଂଟନ କରିଥିଲେ ।
ସେବା ଦିବସ ଉପଲକ୍ଷେ ଦେଶବ୍ୟାପୀ ୫୦ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଓଡିଶା
ପ୍ରଦେଶର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯାଇଥିଲା । ପାର୍ଟୀର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ସମସ୍ତ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରେଡକ୍ରସ ଓ ଜିଲ୍ଲା ପ୍ରଶାସନର ସହାୟତାରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ପାର୍ଟୀର ୭ଟି ମୋର୍ଚ୍ଚା; ଯୁବ, ମହିଳା, କୃଷକ, ଏସଟି, ଏସସି, ସଂଖ୍ୟାଲଘୁ, ଓବିସି ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପାର୍ଟୀ କାର୍ଯ୍ୟକର୍ତାଙ୍କ ସମେତ ବହୁ ସ୍ୱେଚ୍ଛାସେବୀମାନେ
ଶିବିରରେ ଯୋଗଦାନ କରି ରକ୍ତଦାନ ଭଳି ମହତ୍ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ରାଜ୍ୟ ସାଧାରଣ ସଂପାଦକ ତଥା ସେବା ଦିବସରେ ରକ୍ତଦାନ ସେବା କାର୍ଯ୍ୟର ରାଜ୍ୟ ସଂଯୋଜିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସୁଚନା ଦେଇଛନ୍ତି ।

Spread the love