ସ୍ୱାମୀକୁ ପିଟିପିଟି ହତ୍ୟା କଲା ସ୍ତ୍ରୀ

ନୀଳଗିରି ୦୫।୦୬: ସ୍ୱାମୀକୁ ପିଟିପିଟି ହତ୍ୟା କଲା ସ୍ତ୍ରୀ । ମୃତକଙ୍କ ନାମ ବୁଟୁ ସିଂହ ବୋଲି ଜଣାପଡିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ତେଣ୍ଡା ଗାଁରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ଏପିରିକି ସ୍ୱାମୀ ମଦ ପିଇ ଆସିଥିଲେ । ଯାହାଫଳରେ ନିଜ ଉପରୁ ନିୟନ୍ତ୍ରଣ ହରାଇବସିଥିଲେ । ଶେଷରେ ଉଭୟଙ୍କ ଝଗଡ଼ା ହତ୍ୟାର ରୂପ ନେଇଥିଲା । ଶେଷରେ ମଦ୍ୟପ ସ୍ୱାମୀକୁ ପିଟିପିଟି ହତ୍ୟା କରିଛି ସ୍ତ୍ରୀ । ସ୍ତ୍ରୀ ଗୁରୁବାରି ସିଂକୁ ଅଟକ ରଖିଛି ପୋଲିସ । ଘଟଣାର ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

ସେପଟେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ଼୍ଟିଫିକ୍‌ ଟିମ୍‌ର ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Spread the love