ରେଡ ଜୋନ୍‌ରେ ଗଞ୍ଜାମର ୨୮୫ ଗାଁ

ଖଲ୍ଲିକୋଟ ୦୫/୦୬: ଗଞ୍ଜାମ ଜିଲାରେ ଚାଲିଛି ଡୋର ଟୁ ଡୋର ଥର୍ମାଲ ସ୍କ୍ରିନିଂ । ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ କରୁଛନ୍ତି ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ । ମେ ୧୯ରୁ ଚାଲିଛି ଏହି ପ୍ରକ୍ରିୟା । ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମର ୨୮୫ ଗାଁ ବର୍ତ୍ତମାନ ରେଡ୍‌ ଜୋନ୍‌ରେ ଥିବା ବେଳେ ୨୮୭୦ଗାଁ ଗ୍ରୀନ ଜୋନରେ ରହିଛି ।

ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଡୋର ଟୁ ଡୋର ସ୍କ୍ରିନିଂରେ ଏଯାବତ ୨୨ ଲକ୍ଷ ୩୧ ହଜାର ୬୨୪ଜଣଙ୍କ ଥର୍ମାଲ ସ୍କ୍ରିନିଂ ହୋଇଥିବା ଡ଼ିଆରଡ଼ିଏ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ଏଥିରୁ ୨୦୫ ଜଣଙ୍କ ଠାରେ କରୋନା ଲକ୍ଷଣ ଚିହ୍ନଟ ହୋଇଛି । ୧୮୧ଜଣଙ୍କ ଅକ୍ସିଜେନ ସ୍ତର କମ ଥିବା ଜଣାପଡିଛି । ସେଥିମଧ୍ୟରୁ ୫ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି ।

ଆଶା କର୍ମୀ, ସ୍ବଚ୍ଛ ସାଥୀ, ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀମାନେ ସମସ୍ତଙ୍କ ଅକ୍ସି ମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରୁଛନ୍ତି । ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ହସ୍ପିଟାଲକୁ ରେଫର କରାଯାଉଛି । ଏଥିପାଇଁ ୨୦୨୧ ଟିମ୍‌ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ ୬୯ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

Spread the love